ପୁଣି ଆଇସିୟୁରେ ଭର୍ତ୍ତି ହେଲେ ରାହୁଲ

0 63

ମୁମ୍ବାଇ: ବଲିଉଡ ଅଭିନେତା ରାହୁଲ ରୟଙ୍କ ଅବସ୍ଥା ପୁଣି ଥରେ ଗୁରୁତର ହୋଇଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଫିଲ୍ମ “ଏଲଏସି-ଲିଭ ଦ ବ୍ୟାଟଲ୍’ର ସୁଟିଂ ସମୟରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିବା ରାହୁଲ ରୟ ଧୀରେ ଧୀରେ ଠିକ ହେଉଛନ୍ତି । କିନ୍ତୁ ତାଙ୍କ ଲକ୍ଷଣ ଡାକ୍ତରଙ୍କ ଚିନ୍ତା ବଢ଼ାଇ ଦେଇଛି । ରାହୁଲଙ୍କ ହାର୍ଟ ବିଟ୍ ରେଟ୍ କମି ଯାଇଥିବାରୁ ତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ରାହୁଲ ରାୟଙ୍କ ଚିକିତ୍ସା କରୁଥିବା ଡାକ୍ତର ପବନ ପାଇ କହିଛନ୍ତି, ରାହୁଲ ଧୀରେ ଧୀରେ ଠିକ୍ ହେଉଛନ୍ତି କିନ୍ତୁ ତାଙ୍କୁ କଥା କହିବାରେ ସମସ୍ୟା ହେଉଛି । ତାଙ୍କ ଡାହାଣ ପାଶ୍ୱର୍ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ କାମ କରୁନାହିଁ । ହାର୍ଟ ବିଟ୍ ରେଟ୍ କମ ଯୋଗୁଁ ତାଙ୍କୁ ଆଇସିୟୁରେ ଆଡମିଟ୍ କରିବାକୁ ପଡ଼ିଛି । ଏହା କେବଳ ଗୋଟିଏ ଦିନ ପାଇଁ । ଏହା ପରେ ତାଙ୍କୁ ଆଇସିୟୁରୁ ବାହାର କରି ଦିଆଯିବ ବୋଲି ସେ କହିଛନ୍ତି । ରାହୁଲଙ୍କ ସ୍ପିଚ୍ ଥେରାପି ମଧ୍ୟ ବିଶେଷଜ୍ଞଙ୍କ ଦେଖାଶୁଣାରେ ଚାଲିଛି । ୨୧ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିବା ରାହୁଲଙ୍କ ଶୁକ୍ରବାର ବ୍ରେନ ଏବଂ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି । ଏନେଇ ରାହୁଲ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି । ଏହି ଭିଡିଓରେ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ସହ ନଜର ଆସିଛନ୍ତି । ସୂଚନା ଯୋଗ୍ୟ ଯେ, ରାହୁଲ୍ କାରଗିଲ ଘାଟିରେ ବିଯୁକ୍ତ ୧୨ଡିଗ୍ରୀ ତାପମାତ୍ରାରେ ଫିଲ୍ମ “ଏଲଏସି-ଲିଭ ଦ ବ୍ୟାଟଲ୍’ର ଶୁଟିଂ କରୁଥିଲେ । ଏହି ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ୨ଦିନ ପୂର୍ବରୁ ଏୟାରଲିଫ୍ଟରେ ଶ୍ରୀନଗରରୁ ମୁମ୍ବାଇ ଅଣାଯାଇଥିଲା ।

Leave A Reply

Your email address will not be published.