୨୦ରୁ ଅଧିକ ହତ୍ୟା କରିଥିବା ସାଇକୋ କିଲର ଗିରଫ

0 63

ପାଟନା, ୧୯ ।୧୨ : ବିହାର ପୋଲିସ ହାତରେ ଧରାପଡିଛି ମୋଷ୍ଟ ୱାଣ୍ଟେଡ ଅପରାଧୀ ଯାହା ଉପରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି । ଅପରାଧ ଦୁନିଆରେ ସେ ସାଇକୋ କିଲର ଭାବେ ଜଣାଶୁଣା । ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବାକୁ ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲା ସାଇକୋ କିଲର ଅବିନାଶ ଶ୍ରୀବାସ୍ତବ । ଅବିନାଶ ନିଜ ପିତାଙ୍କ ହତ୍ୟାକାରୀଙ୍କୁ ୩୨ଟି ଗୁଳି କରିଥିଲା ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ହତ୍ୟା ପରେ ସେ ୩ ଘଣ୍ଟା ଯାଏଁ ଶବ ପାଖରେ ବସି ରହିଥିଲା ।
ସୂଚନା ଅନୁଯାୟୀ, ବୈଶାଳୀ ପୋଲିସର ସ୍ପେଶାଲ ଟିମ, ଜିଲ୍ଲା ଇଣ୍ଟେଲିଜେନ୍ସ ୟୁନିଟ ଓ ମହନାର ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ବଡ ଅପରାଧୀ ବହୁ ପରିମାଣର ଗଞ୍ଜେଇ ନେଇ ଆସୁଛି । ପୋଲିସ ଚଢ଼ଉରେ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ଯେଉଁଥିରେ ଜଣେ ଅବିନାଶ ଶ୍ରୀବାସ୍ତବ । ପୋଲିସ ସେମାନଙ୍କ ଠାରୁ ୧୦ କିଲୋ ଗଞ୍ଜେଇ ଜବତ କରିଛି । ସେ ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ଏମଏଲସି ଲଲନ ଶ୍ରୀବାସ୍ତବଙ୍କ ପୁଅ । ଅବିନାଶର ପରିଚୟ ପାଇବା ପରେ ପୋଲିସ ଟିମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଅପରାଧ ଜଗତରେ ସେ ସାଇକୋ କିଲର ଏବଂ ସିରିଏଲ କିଲର ନାଁରେ କୁଖ୍ୟାତ । ଅବିନାଶର ଘର ପାଟନା କଙ୍କଡାବାଗ ଥାନା ଅନ୍ତର୍ଗତ ଏମଆଇଜି କଲୋନୀରେ । ତା ବିରୋଧରେ ବିହାରରେ ୨୦ରୁ ଅଧିକ ହତ୍ୟାର ଅଭିଯୋଗ ରହିଛି । ଚଳିତ ବର୍ଷ ସେପ୍ଟେ୍ବର ୨୬ ତାରିଖରେ ସେ ରକ୍ସୌଲରୁ ଗିରଫ ହୋଇଥିଲା । ଜାମିନରୁ ଆସି ଅପରାଧ କରିବାକୁ ଲାଗିଲା । ପୋଲିସ ସୂଚନା ଅନୁଯାୟୀ, ଅବିନାଶ ଦିଲ୍ଲୀ ଜାମିଆ ମିଲିୟା ଇସଲାମୀୟାରୁ ଏମସିଏ କରିଛି । ୨୦୦୨ ମସିହାରେ ହାଜିପୁରରେ ତାଙ୍କ ପିତା ତଥା ତକ୍ରାଳୀନ ଏମଏଲସି ଲଲନ ଶ୍ରୀବାସ୍ତବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଅବିନାଶ ଇନଫୋସିସରେ ଚାକିରୀ କରୁଥିଲା ଏବଂ ତାଙ୍କର ମାସିକ ଦରମା ଥିଲା ୪୦ ହଜାର ଟଙ୍କା । ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ ଅସ୍ତ୍ର ଉଠାଇଥିଲା । ୨୦୦୩ ରେ ସେ ନିଜ ପିତାଙ୍କ ହତ୍ୟାକାରୀ ପପୁ ଖାନକୁ ୩୨ଟି ଗୁଳି କରି ହତ୍ୟା କରିଥିଲେ । ଏହାପରେ ସେ ଅନେକ ହତ୍ୟାକାରୀଙ୍କୁ ମାରିଥିଲା । ପୋଲିସ ଅନୁଯାୟୀ, ସେ ଡେପୁଟି ମେୟର ଅମରାବତୀ ଦେବୀଙ୍କ ସ୍ୱାମୀ ଦୀନା ଗୋପଙ୍କୁ ଏକେ-୪୭ ରେ ଗୁଳି କରି ହତ୍ୟା କରିଥିଲା । ସେତେବେଳେ ସେ କ୍ୟାପଟେନ ସୁନୀଲଙ୍କ ଭାଇ, ବିଜୟ ଗୋପ, ଅଜୟ ଗୋପ, ଲାଲୁ ଗୋପ, ପପୁ, ଇମ୍ତିଆଜ, ଚନାରିକ ଗୋପ, ଶୂନ ବ୍ୟବସାୟୀ ମନୋଜ ସୋନାର, ରାହୁଲ ଯାଦବ ସମେତ ୨୦ ଜଣଙ୍କୁ ହତ୍ୟା କରିଥିଲା ।

Leave A Reply

Your email address will not be published.