ଯାହା ହେଇଛି ଭଲ ହେଇଛି : ମମତା ବାନାର୍ଜୀ

0 75

କୋଲକାତା ୧୯ ।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଦ୍ରୋହୀ ନେତାଙ୍କୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି ଭଲ ହେଇଛି ଏଭଳି ନେତା ଆପେ ଆପେ ଦଳରୁ ବାହାରି ଯାଇଛନ୍ତି । ମମତାଙ୍କ ତୃଣମୂଳ କଂଗ୍ରେସରୁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ବନଶ୍ରୀ ମାଇତୀ, ଶୀଳଭଦ୍ର ଦତ୍ତ ଓ ଆଉ କିଛି ନେତା ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ଦଳରୁ ନେତାଙ୍କ ପଳାୟନ ପରେ ମମତା ତାଙ୍କ ବାସଭବନରେ କିଛି ବଛାବଛା ନେତାଙ୍କୁ ନେଇ ଦଳର ସ୍ଥିତି ସମୀକ୍ଷା କରିବା ଅବସରରେ ଏପରି କହିଛନ୍ତି । ବୈଠକ ନେଇ ପାର୍ଟି ସୂତ୍ରରୁ ମିଳିଥିବା ସୂଚନାରୁ ବିଦ୍ରୋହୀ ନେତାଙ୍କୁ ନେଇ ଚିନ୍ତିତ ନ ହେବା ଲାଗି ମମତା ପରାମର୍ଶ ଦେଇଥିବା ଜଣାପଡିଛି । ଦଳରେ ସେଭଳି ନେତାଙ୍କ ଆବଶ୍ୟକତା ନଥିଲା କି ନାହିଁ । ରାଜ୍ୟବାସୀ ଜାଣନ୍ତି ସେମାନଙ୍କୁ କାହାର ସରକାର ଦରକାର କାହାକୁ ବିଧାୟକ ଜିତାଇବେ ବୋଲି କହିଛନ୍ତି ମମତା । ଅଧିକାରୀଙ୍କ ସମର୍ଥକ ବିଧାୟକମାନେ ଦଳ ଛାଡିଛନ୍ତି ଓ ଛାଡିବାକୁ ଘୋଷଣା କରିଛନ୍ତି । ତେବେ ଏଥିରେ କେବଳ ତୃଣମୂଳ କଂଗ୍ରେସ ନେତା ବିଧାୟକ ନୁହନ୍ତି ବିରୋଧୀ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ତାପସୀ ମଣ୍ଡଳ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ତୃଣମୂଳ କଂଗ୍ରେସର ବନଶ୍ରୀ ମାଇତୀ କନ୍ଥୀ ଉତ୍ତର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଇ-ମେଲ ଯୋଗେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇଦେଇଥିବା କହିଛନ୍ତି । ଏଥିରେ ସେ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ତ୍ୟାଗ କରିଥିବା କହିଛନ୍ତି । ବନଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ପ୍ରମୁଖ ସମର୍ଥକ ଥିଲେ । ତେବେ ମାକପା ବିଧାୟକ ଦଳ ନେତା ତାପସୀ ମଣ୍ଡଳଙ୍କ ଦଳତ୍ୟାଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଅନେକ ସମୟରୁ ବିଜେପିରେ ଯୋଗଦେବା ଲାଗି ଚାହୁଁଥିଲେ ବୋଲି କହିଛନ୍ତି ସୂଜାନ ଚକ୍ରବର୍ତ୍ତୀ ।

Leave A Reply

Your email address will not be published.