୮ ଜଣଙ୍କୁ ମାରିଥିବା ଚିତାବାଘକୁ ଗୁଳି କରି ହତ୍ୟା

0 62

ପୁଣେ, ୧୯ ।୧୨ : ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଆତଙ୍କ ଚଳାଇଥିବା ଚିତାବାଘକୁ ଶେଷରେ ଗୁଳି ଗରି ହତ୍ୟା କରାଯାଇଛି । କିଛିଦିନ ହେବ ସେହି ଅଞ୍ଚଳରେ ଚିତାବାଘଟି ୮ ଜଣଙ୍କୁ ଲୋକଙ୍କୁ ମାରିଥିବା ସୂଚନା ମିଳିଛି । ଏହା ସହ ୪ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବନ ବିଭାଗର ଅନେକ ଅଧିକାରୀ ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ଚିତାବାଘଟିକୁ କାବୁ କରିବାରେ ସକ୍ଷମ ହୋଇପାରି ନଥିଲେ । ଏହା ପରେ ବନ ବିଭାଗ ଦ୍ୱାରା ଜଣେ ସୁଟରଙ୍କୁ ନିଯୁକ୍ତି କରାଯାଇଥିଲା । ତେବେ ଚିତାବାଘଟି କରମାଳର ବିତାରଗାଁ ନିକଟ ଗୋଟିଏ କଦଳୀ ଫାର୍ମରେ ଫସିଥିଲା । ସେଠାରେ ସୁଟରଙ୍କ ଦ୍ୱାରା ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଚିତାବାଘଟିକୁ ଗୁଳି କରିବାରେ ସକ୍ଷମ ହୋଇଥିଲେ । କରମାଳରେ ଜଣେ ୯ ବର୍ଷର ଶିଶୁକୁ ମାରିବା ପରେ ଏହି ମଣିଷଖିଆ ଚିତାବାଘକୁ ଠାବ କରାଯାଇଥିଲା । ଏହା ପରେ ବନ ବିଭାଗର କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀମାନେ ଚିତାବାଘକୁ କାବୁ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲେ । କିନ୍ତୁ ସମସ୍ତ ଉଦ୍ୟମ ପରେ ମଧ୍ୟ ତାହାକୁ କାବୁ କରାଯାଇପାରିନଥିଲା । ଶେଷରେ ଜଣେ ସୁଟରଙ୍କୁ ଏଥିପାଇଁ ସୁପାରିଶ କରାଯାଇଥିଲା । କଦଳୀ ବଗିଚାରେ ପଶିଥିବା ବେଳେ ଚିତାବାଘକୁ ଟ୍ରାକ୍ କରାଯାଇ ଗୁଳି ମାରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.