ଗଜପତିରେ ପୁଣି ନାବାଳକ ନିଖୋଜ,ପୋଲିସର ତନାଘନା

0 79

ପାରଳାଖେମୁଣ୍ଡି,୨୦ା୧୨ -ଗଜପତି ଜିଲ୍ଲାରୁ ପୁଣି ଜଣେ ନାବାଳକ ନିଖୋଜ ହୋଇଛିା ମୋହନା ଥାନା ପାଞ୍ଚଆମ୍ବ ଘାଇସାହିର ୧୧ ବର୍ଷୀୟ ଅପୂର୍ବ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା ଫାବିନା ଲିମା । ଅଭିଯୋଗ ଅନୁଯାୟୀ,ଫାବିନା ମଙ୍ଗଳବାର ଦିନ ଅପୂର୍ବକୁ ଘରେ ଛାଡି ମକା ଭାଙ୍ଗିବାକୁ ଧାଡିଆମ୍ବ ଗାଁକୁ ଯାଇଥିଲେ । ଶୁକ୍ରବାର ସେ ଘରକୁ ଫେରିବା ବେଳେ ପୁଅକୁ ପାଇ ନଥିଲେ । ଗାଁ ଏବଂ ସମ୍ପର୍କୀୟଙ୍କ ଘରେ ସେ ଖୋଜାଖୋଜି କରିଥିଲେ । ଅପୂର୍ବଙ୍କ ସନ୍ଧାନ ନ ମିଳିବାରୁ ଶନିବାର ମୋହନା ଥାନାରେ ଅଭିଯୋଗ କରିଛନ୍ତି । ସେହି ଗାଁର ଡମ୍ବରୁ ନାୟକ ଅପୂର୍ବଙ୍କୁ ଅପହରଣ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଥାନା ଅଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଘାଇସାହି ଯାଇ ତନାଘନା ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.