୭୦ ବର୍ଷ ପରେ ଆରମ୍ଭ ହେଲା ତେଲ ଉତ୍ପାଦନ

0 67

କୋଲକାତା ୨୧ ।୧୨ : ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ପ୍ରାୟ ୭୦ ବର୍ଷର ପରିଶ୍ରମ ପରେ ପଶ୍ଚିମବଙ୍ଗରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଠାରୁ ୫୦ କିମିଦୂର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରର ଏକ କୂଅରୁ ତେଲ ଉତ୍ପାଦନ ଆରମ୍ଭ କରାଯାଇଛି । ଏହା ସହିତ ଆଉ ପାଦେ ଆଗେଇଛି । ରବିବାର କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତେଲ ଉତ୍ପାଦନ କେନ୍ଦ୍ରକୁ ରାଷ୍ଟ୍ର ପାଇଁ ସମର୍ପଣ କରିଛନ୍ତି । ପଶ୍ଚିମବଙ୍ଗରେ ନୂତନ ଭାବେ ଯେଉଁ ପେଟ୍ରୋଲିୟମ ଉତ୍ପାଦନ ଆରମ୍ଭ ହୋଇଛି ତାହା ଦେଶର ଅଷ୍ଟମ ଉତ୍ପାଦନ ବେସିନ୍ । ଏହି ବେସିନରେ ତେଲ ଏବଂ ଗ୍ୟାସ୍ ଭଣ୍ଡାରର ସନ୍ଧାନ ପ୍ରଥମେ ୧୯୪୯ ମସିହାରେ ହୋଇଥିଲା । ତେବେ ବର୍ତ୍ତମାନ ଏଥିରେ ବିପୁଳ ପରିମାଣର ପେଟ୍ରୋଲିୟମ ମହଜୁଦ ଅଛି ଯାହାକି ପଶ୍ଚିମବଙ୍ଗ ଅର୍ଥବ୍ୟବସ୍ଥା ପାଇଁ ବରଦାନ ସଦୃଶ ହେବ ବୋଲି ଅନୁମାନ କରାଯାଉଛି । କୋଲକାତାର ଅଶୋକନଗର-୧ରେ ତେଲ କୂଅ ଖୋଜା ପ୍ରାୟ ୭୦ ବର୍ଷ ହେବ ଜାରି ରହିଥିଲା । ତେବେ ବର୍ତ୍ତମାନ ସେଠାରେ ତେଲ ଉତ୍ପାଦନ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ଏବଂ ଦେଶରେ ଅର୍ଥବ୍ୟବସ୍ଥାକୁ ଆଗକୁ ନେବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି କୂଅର ସନ୍ଧାନ ପାଇଁ ଆଇଏନଜିସି ପ୍ରାୟ ୩୩୮୧ କୋଟି ଟଙ୍କା ଖର୍ଚ୍ଚ କରିଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ଅଦମ୍ୟ ପ୍ରୟାସ ଫଳରେ ଏହା ସମ୍ଭବ ହୋଇପାରିଛି । ତେବେ ସେଠାରୁ ତେଲ ଉତ୍ପାଦନ ଆରମ୍ଭ ହୋଇଛି ଏବଂ ଆଗାମୀ ଦିନରେ ବେଙ୍ଗଲର ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.