ପରଲୋକରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା

0 78

ନୂଆଦିଲ୍ଲୀ, ୨୧ ।୧୨ : କଂଗ୍ରେସ ନେତା ମୋତି ଲାଲ ଭୋରାଙ୍କର ଆଜି ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ମଧ୍ୟପ୍ରଦେଶର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ଗତକାଲି ରବିବାର ମୋତି ଲାଲ ଭୋରାଙ୍କର ୯୩ ତମ ଜନ୍ମଦିନ ପାଳନ ଥିଲା । ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ପରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ପତାକାକୁ ଅର୍ଧନିମିତ କରାଯାଇଛି । ନିକଟରେ ମୋତି ଲାଲ କରୋନାରେ ସଂକ୍ରମିତ ହୋଇଥିଲେ । ଏହା ପରେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ କଂଗ୍ରେସର ରାଜ୍ୟସଭା ସଦସ୍ୟ ଥିଲେ ଭୋରା । ନିକଟରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଥିଲା । ୨୦୧୮ରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ କରାଯାଇଥିଲା । ଏହାପୂର୍ବରୁ ମୋତିଲାଲ ଏହି ପଦବୀରେ ଥିଲେ । ପ୍ରାୟ ଦୁଇ ଦଶନ୍ଧି ଧରି କୋଷାଧ୍ୟକ୍ଷ ଭାବରେ ଭୋରା ଥିଲେ । ବୟସ ବଢ଼ୁଥିବା ଦେଖି ବୋରା ୨୦୧୮ରେ ଦାୟିତ୍ୱରୁ ହଟିଥିଲେ । ମୋତି ଲାଲା ବୋରା ଏବଂ ଅହମ୍ମଦ ପଟେଲ ଘନିଷ୍ଠ ବନ୍ଧୁ ଥିଲେ ।
ରାହୁଲ ଗାନ୍ଧୀ ଟ୍ୱିଟ କରି ବୋରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ବୋରା ଜଣେ ପ୍ରକୃତ କଂଗ୍ରେସ କର୍ମୀ ଏବଂ ଜଣେ ଭଲ ମଣିଷ । କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି କହିଛନ୍ତି, କଂଗ୍ରେସର ପ୍ରତ୍େୟକ ନେତା, କର୍ମୀ ମୋତିଲାଲଙ୍କ ବିୟୋଗରେ ଦୁଃଖିତ ।

Leave A Reply

Your email address will not be published.