ଚୀନ୍ ସେନାର ସାଦା ପୋଷାକରେ ଅନୁପ୍ରବେଶ ପଣ୍ଡ

0 69

ଲଦାଖ, ୨୧ ।୧୨ : ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେଚୀନ୍ ସେନା ନିୟମିତ ଅନୁପ୍ରବେଶ ଉଦ୍ୟମ କରୁଛି । ସାଧା ପୋଷାକରେ ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା ବେଳେ ଧରାପଡିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଲେହର ୧୩୫ କିଲୋମିଟର ପୂର୍ବରେ ଥିବା ନିଓମା ଅଞ୍ଚଳର ଚାନ୍ତାଙ୍ଗ ଗ୍ରାମରୁ ଏହି ଘଟଣା ଘଟିଛି । ତେବେ ଚୀନ୍ ସେନା ଅଧିକ ଭିତରକୁ ଆସି ପାରି ନ ଥିଲେ । ଆଇଟିବିପି ସେନା ଏବଂ ସ୍ଥାନୀୟ ଲୋକ ସେମାନଙ୍କୁ ଭଗାଇବାରେ ସଫଳ ହୋଇଥିଲେ । ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ଚୀନ୍ ସୈନିକମାନଙ୍କର ଏକ ଦଳ ଦୁଇଟି ଯାନ ବ୍ୟବହାର କରି ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସେମାନେ ସାଦା ପୋଷାକରେ ଥିଲେ ଏବଂ ସ୍ଥାନୀୟ ମେଷପାଳକମାନଙ୍କୁ ସେଠାରେ ସେମାନଙ୍କର ପଶୁ ଚରାଇବାକୁ ବାରଣ କରିଥିଲେ । ତେବେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଦୃଢ ବିରୋଧ କରିଥିଲେ ଯାହା ଫଳରେ ସେମାନଙ୍କୁ ଫେରିବାକୁ ପଡିଲା । ଲୋକଙ୍କ କହିବାନୁସାରେ, ଆଇଟିବିପି କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ଚୀନ୍ ସେନାଙ୍କୁ ଚେତାବନୀ ଦେଇଥିଲେ । ତେବେ ଗାଡିରେ ଉପସ୍ଥିତ ଲୋକ ଚାଇନାର ସାଧାରଣ ନାଗରିକ ନା ସୈନିକ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଘଟଣା ୪/୫ ଦିନ ତଳର ବୋଲି କୁହାଯାଉଛି ।

Leave A Reply

Your email address will not be published.