ଭିଜିଲାନ୍ସ ଜାଲରେ ଆର୍‌ବି ଡିଭିଜନର ବରିଷ୍ଠ କିରାଣୀ

0 80

ଭୁବନେଶ୍ୱର ୨୨।୧୨: ଆର୍‌ବି ଡିଭିଜନର ବରିଷ୍ଠ କିରାଣୀ ଅସିତ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି ।    ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ବି ଡିଭିଜନର ବରିଷ୍ଠ କିରାଣି ଅସିତ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଭିଜିଲାନ୍ସ, ପକ୍ଷରୁ ଅସିତ ନାୟକଙ୍କ ଗଞ୍ଜାମ ଗୋଳନ୍ଥରାରେ ଥିବା ପୈତୃକ ଘର ରେଡ୍‌ ହୋଇଛି । ଏହା ସହିତ ଭୁବନେଶ୍ୱର ଡୁମୁଡୁମାରେ ଥିବା ଘର ,  ଅଫିସ, ଜଟଣୀର ପ୍ରଧାନସାହିରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

Leave A Reply

Your email address will not be published.