ଦୁର୍ଘଟଣା, ୫ ଜଣ ଜୀବନ୍ତ ଦଗ୍ଧ

0 72

ଆଗ୍ରା, ୨୨ ।୧୨: ଆଗ୍ରାର ଯମୁନା ଏକ୍ସପ୍ରେସରେ ଛାତି ଥରାଇ ଦେବା ଭଳି ଦୁର୍ଘଟଣା ଘଟିଛି । ଗୋଟିଏ କଣ୍ଟେନର ଟ୍ରକ୍ ସାମ୍ନା ପଟୁ ଆସୁଥିବା ଯାତ୍ରାବାହୀ କାର୍କୁ ଧକ୍କା ଦେଇଛି । ଦୁର୍ଘଟଣା ପରେ କାର୍ରେ ନିଆଁ ଲାଗି ଯିବାରୁ ଏହା ମଧ୍ୟରେ ଥିବା ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କାର୍ଟି ଜଳିବା ବେଳେ ଏହା ମଧ୍ୟରେ ଥିବା ଲୋକମାନେ ସାହାଯ୍ୟ ପାଇଁ ଚିକ୍ରାର କରିଥିଲେ ହେଁ କେହି ବି ଆଗକୁ ସାହାସ କରି ଆସି ନଥିଲେ । ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଲକ୍ଷେ୍ନøରେ ରୁହନ୍ତି । ସେମାନେ କାର୍ ଯୋଗେ ଆଜି ଭୋର୍ରୁ ନୋଏଡା କିମ୍ବା ଦିଲ୍ଲୀ ଯାଉଥିଲେ । ତେବେ ଆଗ୍ରା-ଲକ୍ଷେ୍ନø ଏକ୍ସପ୍ରେସ ୱେର ଖାଣ୍ଡୌଲି ଅଞ୍ଚଳରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଭୁଲ ରାସ୍ତାରେ ଆସୁଥିବା ଗୋଟିଏ ଟ୍ରକ ସେମାନଙ୍କ କାର୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା । ଏହା ଦେଖି କାର୍ ମଧ୍ୟରେ ଫସିଥିବା ଲୋକମାନେ ସହଯୋଗ ପାଇଁ ଚିକ୍ରାର କରିଥିଲେ । ହେଲେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ କେହି ବି ଏହା ପାଖକୁ ଯାଇ ସହଯୋଗ କରିବାକୁ ସାହାସ କରିପାରି ନଥିଲେ । ଫଳରେ କାର ମଧ୍ୟରେ ଥିବା ସମସ୍ତ ୫ ଜଣ ନିଆଁରେ ପୋଡ଼ି ହୋଇ ଆଖି ବୁଜିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ରହିଛନ୍ତି । ପୁଲିସ୍ ଘଟଣା ଘଟିବାର ଗୋଟିଏ ଘଣ୍ଟା ପରେ ଘଟଣାସ୍ଥଳକୁ ଆସି ବ୍ୟାରିକେଡ୍ କରି ତଦନ୍ତ ଆରମ୍ଭ କରିଥିବା ସ୍ଥାନୀୟ ଲୋକ କହିଛନ୍ତି ।

Leave A Reply

Your email address will not be published.