ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କ ବିକାଶ ହିଁ ସବୁଠାରୁ ବଡ ମନ୍ତ୍ର: ମୋଦୀ

0 61

ଲକ୍ଷେ୍ନø,୨୨ ।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏଏମୟୁର ଯୋଗଦାନକୁ ପ୍ରଶଂସା କରିଥିଲେ । ଏହାସହ ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କ ବିକାଶ ମନ୍ତ୍ରକୁ ମୋଦୀ ମନେ ପକାଇଥିଲେ । ଏହାସହ ଯାହା ଦେଶର ଅଟେ ତାହା ଦେଶର ସମସ୍ତ ନାଗରିକଙ୍କର ଓ ସମସ୍ତଙ୍କୁ ସମ୍ବିଧାନ ଆଧାରରେ ଅଧିକାର ମିଳିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ, ସମାଜରେ ଭିନ୍ନ ବିଚାରଧାରା ରହିଥାଏ । କିନ୍ତୁ ଯେତେବେଳେ କଥା ଦେଶକୁ ନେଇ ଆସେ ସମସ୍ତେ ମତଭେଦକୁ ଦୂର କରି ଏକଜୁଟ ହେବା ଆବଶ୍ୟକ । କୌଣସି ଜାତି ବା ଧର୍ମର ହେଲେ ବି ଦେଶକୁ ଆତ୍ମନିର୍ଭର କରିବା ପାଇଁ ଯୋଗଦାନ ଦେବା ଉଚିତ । ଏଏମୟୁର ଅନେକ ସୁଯୋଗ୍ୟ ସନ୍ତାନ ଦେଶ ପାଇଁ ଯୁଦ୍ଧ କରିଛନ୍ତି । ଗତ କିଛିବର୍ଷ ହେବ ମତଭେଦ ନାମରେ ବହୁତ ସମୟ ବରବାଦ ହୋଇଛି । ଏବେ କିନ୍ତୁ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ପୂରଣ କରିବାକୁ ହେବ । ଏଏମୟୁ ଛାତ୍ର ଏପରି ସ୍ୱାଧିନତା ସଂଗ୍ରାମୀଙ୍କ ବାବଦରେ ଗବେଷଣା କରିବା ଆବଶ୍ୟକ ଯେଉଁମାନେ କମ୍ ପରିଚିତ । ଏହାକୁ ଡିଜିଟାଲ ଜରିଆରେ ସାରା ବିଶ୍ୱ ଆଗରେ ପ୍ରଦର୍ଶନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଅନେକଦିନ ପୂର୍ବରୁ ଦେଶର ମୁସଲିମ ଛାତ୍ରୀ ଅଧାରୁ ପାଠ ଛାଡି ଦେଉଥିଲେ । ଯାହାର ହାର ୭୦ ପ୍ରତିଶତ ଥିଲା । ଅନେକ ଦଶନ୍ଧୀ ଧରି ଏପରି ସ୍ଥିତି ଲାଗି ରହିଥିଲା । କିନ୍ତୁ ସ୍ୱଚ୍ଛ ଭାରତ ମିଶନ ପରେ ଏହି ହାର ୩୦ ପ୍ରତିଶତକୁ ଖସି ଆସିଛି । ଏବେ କେନ୍ଦ୍ର ସରକାର ତ୍ରିପଲ ତଲାକ ବିରୋଧରେ ଆଇନ ଆଣିଛନ୍ତି । ଯାହା ମୁସଲିମ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିଛି । ସେ ଆହୁରି କହିଛନ୍ତି ଯେ, ଆଜି ଦେଶର ସମସ୍ତ ନାଗରିକଙ୍କୁ ବିନା କୌଣସି ଭେଦଭାବରେ ବିକାଶର ଲାଭ ମିଳୁଛି । ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କ ବିକାଶ ହିଁ ସବୁଠାରୁ ବଡ ମନ୍ତ୍ର ଅଟେ । ଏଏମୟୁ ଲାଇବ୍ରେରୀରେ କୋରାନ, ଗୀତା, ରାମାୟଣର ଅନୁବାଦ ଅଛି । ଯାହା ଏକ ଭାରତ ଓ ଶ୍ରେଷ୍ଠ ଭାରତର ଏକ ପ୍ରତିଛବି । ଏଠାରେ ଇସଲାମକୁ ନେଇ ଯେଉଁ ଗବେଷଣା ହୁଏ ତାହା ଇସଲାମିକ ଦେଶ ସହ ସମ୍ପର୍କ ମଜବୁତ କରିଥାଏ । ଏହାସହ ଏଏମୟୁର କାନ୍ଥରେ ଇତିହାସର ପଦଧ୍ୱନୀ ଶୁଣିବାକୁ ମିଳେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.