ଦେଶୀ ଟିକାର ଶେଷ ପରୀକ୍ଷାରେ ସାମିଲ ହେଲେ ୧୩ ହଜାର ଲୋକ

0 68

ହାଇଦ୍ରାବାଦ, ୨୨ ।୧୨: ସ୍ୱଦେଶୀ ଜ୍ଞାନକୌଶଳରେ ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ଟିକା କୋଭାକ୍ସିନର ଫେଜ୍ ୩ ଟ୍ରାଏଲ ପାଇଁ ୧୩ ହଜାର ସ୍ୱେଚ୍ଛାସେବୀ ନିଜର ନାଁ ପଞ୍ଜୀକରଣ କରିସାରିଲେଣି । ଆଜି ହାଇଦ୍ରାବାଦ ସ୍ଥିତ ଟିକାର ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ ବାୟୋଟେକ ଏହି ସୂଚନା ଦେଇଛି । ଭାରତ ବୟୋଟେକ ସହ ଆଇସିଏମଆର ମିଳିତ ଭାବେ ଏହି ଟିକାକୁ ପ୍ରସ୍ତୁତ କରିଛି । ଭାରତ ବାୟୋଟେକ ଫେଜ୍-୩ ଟ୍ରାଏଲ ପାଇଁ ମୋଟ ୨୬ ହଜାର ଲୋକଙ୍କୁ ପଞ୍ଜିକୃତ କରିବାକୁ ଚାହୁଁଛି । ନଭେମ୍ବର ମଧ୍ୟ ଭାଗରୁ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଟିକା ନେବାକୁ ୧୩ ହଜାର ଲୋକ ନାଁ ଦେଇ ସାରିଲେଣି । କିନ୍ତୁ କମ୍ପାନୀ ୨୬ ହଜାର ଲୋକଙ୍କୁ ନେଇ ଫେଜ୍-୩ ଟ୍ରାଏଲ ଶେଷ କରିବାକୁ ଚାହୁଁଛି । ଭାରତ ବାୟୋଟେକର ଯୁଗ୍ମ ଏମଡି ସୁଚିତ୍ରା ଇଲ୍ଲା କହିଛନ୍ତି, ଭାରତରେ ପ୍ରଥମଥର ପାଇଁ କୌଣସି ଟିକାର ଟ୍ରାଏଲରେ ଏତେ ଲୋକ ସାମିଲ ହେବା ପ୍ରଥମ ଘଟଣା । ଧୀରେଧୀରେ ସ୍ୱେ୍ୱଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେ ବହୁତ ଉତ୍ସାହିତ ହୋଇଛି । ଟିକାର ଟ୍ରାଏଲରେ ସାମିଲ ହୋଇଥିବା ସମଗ୍ର ଦେଶର ୧୩ ହଜାର ସ୍ୱେଚ୍ଛାସେବୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ । କରୋନାକୁ ମାତ୍ ଦେବା ପାଇଁ ଟିକାର ସୁରକ୍ଷା ଜରୁରୀ । ଏଥିପାଇଁ ଲୋକମାନେ ଏହାର ଟ୍ରାଏଲରେ ସାମିଲ ହେଉଛନ୍ତି । ଏହାଦ୍ୱାରା ଆମେ ଏକ ସୁରକ୍ଷିତ ଓ ପ୍ରଭାବୀ ଟିକା ଖୁବଶୀଘ୍ର ପାଇପାରିବା । କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରାୟ ହଜାରେ ଲୋକ ସାମିଲ ହୋଇଥିଲେ । ଏହି ପରୀକ୍ଷାକୁ ଜଣାପଡ଼ିଥିଲେ ଯେ କୋଭାକ୍ସିନ ଟିକା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ।

Leave A Reply

Your email address will not be published.