ଶ୍ରୀନଗରରେ ବିଜେପିର ବାଜିମାତ୍

0 88

ଶ୍ରୀନଗର, ୨୨ ।୧୨ : ଜାମ୍ମୁ-କାଶ୍ଚୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ୮ଟି ପର୍ଯ୍ୟାୟରେ ମୋଟ ୨୮୦ ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ଜାମ୍ମୁ-କାଶ୍ଚୀରରୁ ଧାରା ୩୭୦ ହଟିବା ପରେ ଏହା ପ୍ରଥମ ନିର୍ବାଚନ । ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରେ ବିଜେପି ଆଗରେ ରହିଥିବା ବେଳେ ବର୍ତ୍ତମାନ କିନ୍ତୁ ଗୁପକାର ମେଣ୍ଟ ଆଗରେ ଥିବା ଦେଖିବାକୁ ମିଳିଛି । ତାଜା ସୂଚନା ଅନୁଯାୟୀ ଗୁପକାର ମେଣ୍ଟ ୮୮ଟି ସିଟ୍ରେ ଆଗରେ ଥିବା ବେଳେ ୪ଟି ସିଟ୍ରେ ବିଜୟ ହାସଲ କରିଛି । ସେହିଭଳି ବିଜେପି ୪୬ଟି ସିଟ୍ରେ ଆଗରେ ଚାଲିଥିବା ବେଳେ ଜଣେ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । କଂଗ୍ରେସର ୨୧ ପ୍ରାର୍ଥୀ, ଜେକେଏପି ୮ଟି ଏବଂ ଅନ୍ୟମାନେ ୪୩ଟି ସିଟ୍ରେ ଆଗରେ ଅଛନ୍ତି । ପୂର୍ବରୁ କାଶ୍ଚୀରରେ ଖାତା ଖୋଲି ପାରିନଥିବା ବିଜେପି ଏଥର କିନ୍ତୁ ବିଜୟ ହାସଲ କରିଛି । ବିଜେପି ପକ୍ଷରୁ ଏଜାଜ୍ ହୁସେନ୍ ବିଜୟ ହାସଲ କରିଛନ୍ତି । ଜାମ୍ମୁ-କାଶ୍ଚୀର ଡିଡିସି ନିର୍ବାଚନ ପାଇଁ ବିଜେପି ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭୋଟ ନଦେବା ପାଇଁ ଲୋକଙ୍କୁ ଧମକାଯାଇଥିଲା କିନ୍ତୁ ସେମାନେ ଭୋଟ ଦେବା ପାଇଁ ବିପୁଳ ସଂଖ୍ୟାରେ ପହଞ୍ଚିଥିଲେ । ଏହାକୁ ଲୋକତନ୍ତ୍ରର ବିଜୟ ବୋଲି କହିଛନ୍ତି ଅନୁରାଗ ଠାକୁର ।

Leave A Reply

Your email address will not be published.