ପାକିସ୍ତାନରୁ ଖସି ଯାଇଥିବା ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ମିଳିଲା

0 70

ନୂଆଦିଲ୍ଲୀ, ୨୨ ।୧୨: ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିବା ବାଲୋଚ ସାମାଜିକ କର୍ମୀ କରିମା ବାଲୋଚଙ୍କ ମୃତଦେହ ମିଳିଛି । ଟରୋଣ୍ଟୋର ଲେକସୋର ଠାରେ ଥିବା ଗୋଟିଏ ଦ୍ୱୀପପୁଞ୍ଜରେ ତାଙ୍କ ମୃତଦେହ ଭାସୁଥିବା ବେଳେ ପୁଲିସ୍ ଏହାକୁ ଉଦ୍ଧାର କରିଛି । ପୁଲିସ ମୃତଦେହକୁ ଚିହ୍ନଟ କରିବା ପାଇଁ ତାଙ୍କ ସ୍ୱାମୀ ହମାଲ ହାଇଦର ଓ ଭାଇଙ୍କୁ ଡାକିଥିଲା । ସେମାନେ ମୃତଦେହଟି କରିମାଙ୍କର ବୋଲି କହିଛନ୍ତି । ଏବେ ପୁଲିସ୍ ଏ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି । କୁହାଯାଉଛି ଯେ କରିମାଙ୍କ ହତ୍ୟା କାଣ୍ଡ ପଛରେ ପାକିସ୍ତାନର ହାତ ରହିଛି । ତେଣୁ ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ବିଦା କରିବାକୁ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି । ପାକିସ୍ତାନ ସେନା ଓ ସରକାରଙ୍କ ପକ୍ଷରୁ କରିମାଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେବାରୁ ସେ ୨୦୧୬ରେ ବାଲୋଚିସ୍ତାନରୁ କାନାଡା ଖସି ଯିବାକୁ ଚେଷ୍ଟା କରିଥିଲେ । ଏଥିରେ ତାଙ୍କୁ ତାଙ୍କର କିଛି ବନ୍ଧୁ ଓ ବାଲୋଚିସ୍ତାନର ଅଧିକାର ପାଇଁ କାମ କରୁଥିବା ଲୋକମାନେ ସହଯୋଗ କରିଥିଲେ । ଫଳରେ କରିମା ୨୦୧୬ରୁ ପାକିସ୍ତାନରୁ ଖସି ଆସି କାନାଡାରେ ରହୁଥିଲେ । ସେ କାନାଡାରେ ରହି ପାକିସ୍ତାନ କବଳରୁ କେମିତି ବାଲୋଚିସ୍ତାନ ସ୍ୱାଧୀନତା ପାଇବ, ତା’ ପାଇଁ ଲଢ଼େଇ କରୁଥିଲେ । ୨୦୧୬ରେ ସେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମାରେ ବାର୍ତ୍ତା ରେକର୍ଡ କରି ମଧ୍ୟ ପଠାଇଥିଲେ । ଅନ୍ୟପକ୍ଷରେ ବାଲୋଚ ନ୍ୟାଶନାଲ ମୁଭମେଣ୍ଟର ମୁଖପାତ୍ର କହିଛନ୍ତି, ବିଏନଏମର ନେତ୍ରୀ ତଥା ବାଲୋଚ ଛାତ୍ର ସଂଗଠନର ପୂର୍ବତନ ଅଧ୍ୟକ୍ଷ କରିମା ବାଲୋଚ ସହିଦ ହୋଇଛନ୍ତି । ତାଙ୍କ ବିୟୋଗ ଆମ ପାଇଁ ଏକ ବିରାଟ କ୍ଷତି । ବାଲୋଚ ଦେଶ ଓ ବାଲୋଚ ଆନ୍ଦୋଳନକୁ ଏହା ଶକ୍ତ ଧକ୍କା ସଦୃଶ । ଆମେ ଆଜି ଜଣେ ଦୂରଦୃଷ୍ଟି ସମ୍ପନ ଓ ଜାତୀୟ ନେତାଙ୍କୁ ହରାଇଛୁ । ଶତାଦ୍ଦୀ ଶତାବ୍ଦୀ ଧରି ଏହି କ୍ଷତିର କେବେ ହେଲେ ଭରଣା କରାଯାଇ ପାରିବ ନାହିଁ । କରିମାଙ୍କ ପାଇଁ ବାଲୋଚ ନ୍ୟାଶନାଲ ମୁଭମେଣ୍ଟ ୪୦ ଦିନିଆ ଶୋକ ପାଳନ କରିବ । ୪୦ ଦିନ ପାଇଁ ଅନ୍ୟ ସମସ୍ତ ପ୍ରକାରର କାର୍ଯ୍ୟକଳାପ ବନ୍ଦ ରଖିବାକୁ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରିମା ବାଲୋଚ ଛାତ୍ର ସଂଗଠନର ଇତିହାସରେ ପ୍ରଥମ ମହିଳା ଭାବେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ସେ ଅଧ୍ୟକ୍ଷ ହେବା ବେଳେ ପାକିସ୍ତାନର ନିର୍ଯାତନା ଚରମ ସୀମାରେ ପହଞ୍ଚିଥିଲେ । ତଥାପି ସେ ଏହା ବିରୋଧରେ ଲଢ଼େଇ କରିଥିଲେ ।

Leave A Reply

Your email address will not be published.