ଅବକାରୀ ବିଭାଗର ଧରଣର ଚଢ଼ାଉ,୧୪୦୦ଲିଟର ମଦ ପୋଚ ନଷ୍ଟ

0 78

ବାଙ୍କୀ: ଆଜି କଟକ ଜିଲ୍ଲା ଅବକାରୀ ଏସପି ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦେଶରେ ଆଜି ବାଙ୍କୀ ଅବକାରୀ ପକ୍ଷରୁ ବାଙ୍କୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଅବକାରୀ ଦକ ପକ୍ଷରୁ ବାଙ୍କୀ ବ୍ଲକ ପଶାଣିଆ ଜଙ୍ଗଲ ଓ ପଶାଣିଆ ଗ୍ରାମ ନିକଟ ନାଳ ପାଖରୁ ୨ ଗୋଟି ମଦ ରନ୍ଧା ଭାଟି ନଷ୍ଟ କରିବା ସହ ୧୪୦୦ଲିଟର ମଦ ତିଆରି ଗୁଡ଼ ପୋଚ ନଷ୍ଟ କରାଯାଇଥିଲା । ଘଟଣାସ୍ଥଳରୁ କାହାରିକୁ ଗିରଫ କରାଯାଇନଥିଲା । ଚଢ଼ାଉ ଖବର ପାଇ ମଦ ମାଫିଆ ଫେରାର ହୋଇଥିଲେ ଅନୁମାନ କରାଯାଉଛି । ଆଜି ବାଙ୍କୀ ଅବକାରୀ ବିଭାଗ ଏହି ଧରଣର ଚଢ଼ାଉ କରି ମଦ ତିଆରି ଭାଟି ଭାଙ୍ଗିଥିଲେ । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ବାଙ୍କୀ ଅବକାରୀ ଏସାଇ ତେଲେସଫର ଲାକ୍ରା, ଏ.ଏ.ସାଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉଳ, ଗିତାଞ୍ଜଳି ବେହେରା, ବିଶ୍ୱନାଥ ସୁରେନ ପ୍ରଭୃତି ଯୋଗ ଦେଇଥିଲେ । ଆଗାମୀ ଦିନରେ ଆହୁରି ତନଖି କାର୍ଯ୍ୟକ୍ରମ କଡାକଡି ହେବ ବୋଲି ଶ୍ରୀ ଲାକ୍ରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.