ଅଡ଼ୁଆରେ ନେତ୍ୟାନହୁ, ଭାଙ୍ଗିଲା ସଂସଦ

0 71

ଜେରୁଜେଲମ୍, ୨୩ ।୧୨: ଇସ୍ରାଏଲରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଅଧିକ ଜଟିଳ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁଙ୍କ ମେଣ୍ଟ ସରକାର ଦେଶର ବଜେଟ୍ ଧାର୍ଯ୍ୟ ସମୟରେ ପାରିତ କରି ନ ପାରିବାରୁ ମଙ୍ଗଳବାର ସଂସଦକୁ ଭଙ୍ଗ କରି ଦିଆଯାଇଛି । ଏବେ ପୁଣିଥରେ ଦେଶରେ ନିର୍ବାଚନ ହେବ । ଆସନ୍ତା ମାର୍ଚ୍ଚ ମାସରେ ଦେଶବାସୀ ନୂଆ ସରକାର ଗଠନ କରିବେ । ତେବେ ବିଗତ ୨ ବର୍ଷ ମଧ୍ୟରେ ୪ ଥର ନିର୍ବାଚନ ଅନୁଷ୍ଠିତ ହେବା ଦୀର୍ଘ ସମୟ ଧରି କ୍ଷମତାରେ ଥିବା ନିତ୍ୟାନହୁ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ୪ର୍ଥଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏବେଠାରୁ ହିଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । କରୋନା ସଂକ୍ରମଣକୁ ଠିକ ଭାବେ ମୁକାବିଲା ନ କରିପାରିବା ଓ ଦୁର୍ନୀତି ଅଭିଯୋଗରେ ଫିସିଥିବା ନେତ୍ୟାନହୁ ଲୋକଙ୍କ ଆକ୍ରୋଶର ଶିକାର ହେବାରେ ଲାଗିଛନ୍ତି । ଏସବୁ ଭିତରେ ସେ କେମିତି ପୁଣି କ୍ଷମତା ଦଖଲ କରିବେ, ତା’ହା ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ୨୦୧୯ ଏପ୍ରିଲରୁ ୩ ଥର ନିର୍ବାଚନ ହୋଇଥିଲେ ହେଁ ସବୁଥର ନେତ୍ୟାନହୁ ପ୍ରଧାନମନ୍ତ୍ରୀ ହୋଇଥିଲେ । ମେ’ ମାସରୁ ମିଳିତ ସରକାରର ଦେଶରେ କାର୍ଯ୍ୟ କରୁଛନ୍ତି । ତେବେ ସରକାରଙ୍କ ସହଯୋଗୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ନେତ୍ୟାନହୁ ସରକାର ଗଠନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ଭଙ୍ଗ କରିଥିବା ସେ କହି କହିଛନ୍ତି । ତେଣୁ ସେ ହିଁ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି । ଡିସେମ୍ୱର ଆରମ୍ଭରୁ ସଂସଦ ଭଙ୍ଗ କରିବାକୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ମଙ୍ଗଳବାର ଏହା ପାରିତ ହୋଇଛି । ୧୨୦ ଆସନ ବିଶିଷ୍ଟ ଇସ୍ରାଏଲ ସଂସଦରେ ସରକାର ଭଙ୍ଗ ସପକ୍ଷରେ ୬୧ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୫୪ଟି ଭୋଟ ପଡ଼ିଛି । ସଂସଦ ଭଙ୍ଗ ହୋଇଥିବାରୁ ଆସନ୍ତା ବର୍ଷ ମାର୍ଚ୍ଚରେ ଚତୁର୍ଥ ଥର ପାଇଁ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନେତାନ୍ୟାହୁ ଲିକୁଡ ପାର୍ଟିର ସଭାପତି ହୋଇଥିବାବେଳେ ବେନି ଗାଣ୍ଟ ବ୍ଲୁ ଆଣ୍ଡ ହ୍ୱାଇଟ ପାର୍ଟର ମୁଖ୍ୟ । ଏପ୍ରିଲରେ ଦୁଇ ଦଳ ପରସ୍ପର ସହ ଚୁକ୍ତି କରି ମିଳିତ ସରକାର ଗଠନ କରିଥିଲେ । ହେଲେ ସମୟକ୍ରମେ ଏମାନଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଏବେ ଏହାର ବିସ୍ଫୋରକ ରୂପ ନେଇଛି । ନେତ୍ୟାନହୁ ପ୍ରଥମଥର ୧୯୯୬ରୁ ୨୦୦୦ ମସିହା ଯାଏ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ସେ ୨୦୦୯ରୁ ଏହି ପଦରେ ରହିଛନ୍ତି । ଏବେ ମାର୍ଚ୍ଚ ମାସର ନିର୍ବାଚନ ଶେଷ ହେବା ଯାଏ ସେ ଏହି ପଦରେ ରହିବେ ।

Leave A Reply

Your email address will not be published.