ପୁଣି କରୋନା ଊଦ୍ଧ୍ୱର୍ମୁହାଁ

0 66

ନୂଆଦିଲ୍ଲୀ, ୨୪ ।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବୁଧବାର ଦିନ ୨୩,୯୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୨୩,୭୭୮ରେ ପହଞ୍ଚିଛି । ସେହିପରି ମୋଟ ମୃତକଙ୍କ ସଂଖ୍ୟା ମୋଟ ୧,୪୬,୭୫୬ରେ ପହଞ୍ଚିଛି । ଦେଶରେ ଏବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ର୍ପା ହୋଇଛି । ଦେଶରେ ହତ ୨୪ଘଣ୍ଟାରେ ୨୯,୭୯୧ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୬,୯୩,୧୭୩ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାର ଆକ୍ଟିଭ କେସ୍ ୨,୮୩,୮୪୯ରେ ରହିଛି ।

Leave A Reply

Your email address will not be published.