ସାବରିମାଲାକୁ ନେଇ ପୁଣି ସୁପ୍ରିମକୋର୍ଟରେ କେରଳ ସରକାର

0 70

ନୂଆଦିଲ୍ଲୀ ୨୪ ।୧୨: କେରଳ ସାବରିମାଲା ମନ୍ଦିରରେ ଭକ୍ତ, ସ୍ୱେ୍ୱଚ୍ଛାସେବୀ, ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବ୍ୟାପୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ଏଥିରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଲାଗି କେରଳ ହାଇକୋର୍ଟଙ୍କ ଡିସେମ୍ବର ୧୮ ରାୟକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । ମନ୍ଦିରରେ ଏବେ ପ୍ରତ୍ୟହ ୨ହଜାର ଦର୍ଶନାର୍ଥୀ ଆୟପ୍ପାଙ୍କ ପୂଜାର୍ଚ୍ଚନା କରିପାରୁଛନ୍ତି । ତେବେ ଏହି ସଂଖ୍ୟାକୁ ୫ ହଜାର କରିବା ଲାଗି କେରଳ ହାଇକୋର୍ଟ ନିର୍ଦ୍ଦେଶ କୋଭିଡରେ ସରକାରଙ୍କ ଲାଗି ମସ୍ତବଡ ସମସ୍ୟା ଭାବେ ଉଭା ହୋଇଛି । ମନ୍ଦିର ପ୍ରାଙ୍ଗଣକୁ ଯେତେ ସଂଖ୍ୟାରେ ଭକ୍ତଙ୍କ ପ୍ରବେଶ ହେବ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ସେତିକି ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ କହିଛନ୍ତି । ସେହିପରି ରାଜ୍ୟ ଉଚ୍ଚନ୍ୟାୟାଳୟ କୌଣସି ରିପୋର୍ଟ ଓ ତଥ୍ୟକୁ ବିଚାରକୁ ନ ନେଇ ମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଥିବା ସରକାର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜି.ପ୍ରକାଶ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି । ସେ ଉଲ୍ଲେଖ କରିଚନ୍ତି ଯେ ନିକଟ ଅତୀତରେ ମନ୍ଦିର ପରିଦର୍ଶନ କରିଥିବା ଅନେକ ତୀର୍ଥ ଯାତ୍ରୀଙ୍କ ସହ ପୋଲିସ ଓ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଏଣୁ ଦର୍ଶନାର୍ଥୀଙ୍କୁ ନେଇ ହାଇକୋର୍ଟଙ୍କ ଆଦେଶ ଉପରେ ତୁରନ୍ତ ଅନ୍ତରିଣ ରହିତାଦେଶ ଜାରି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟଙ୍କୁ ନିବେଦନ କରାଯାଇଛି । କେରଳ ହାଇକୋର୍ଟ ତାଙ୍କ ରାୟରେ ସାବରିମାଲା ମନ୍ଦିରକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.