୧୦୦ରୁ ଅଧିକ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା

0 73

ଇଥିଓପିଆ: ଏବେ ଆଫ୍ରିକାରେ ଲୋକମାନେ ଆତଙ୍କବାଦୀଙ୍କ ହିଂସାରେ ସବୁଠାରୁ ବେଶି ଶିକାର ହେଉଛନ୍ତି । ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀ ମାନେ ଆଖିବୁଜା ଗୁଳିଚାଳନା କରିବା ଫଳରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଆଫ୍ରିକାର ବୁଲେନ କାଉଣ୍ଟିର ବେକୋଜି ଗ୍ରାମରେ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ହଠାତ ପଶି ଆଖୁବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୧୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏନେଇ ମାନବାଧିକାର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଘଟଣା ଘଟିବା ପରେ ବେକୋଜି ଗ୍ରାମ ସହ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି । ମାନବାଧିକାର ଆୟୋଗର ସୂଚନା ମୁତାବକ ୨୦୧୮ ରେ ଆବିୟ ଅହମ୍ମଦ କ୍ଷମତାକୁ ଫେରିବା ପରେ ଦେଶରେ ଏଭଳି ହିଂସା ବଢିବାରେ ଲାଗିଛି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି କି ଅବିୟ ଅହମ୍ମଦ ପ୍ରଧାନମନ୍ତ୍ରୀ ହେବା ପରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ସୁଧାର ଆସିଛି । ଫଳରେ ବିରୋଧୀ ଦଳ ମାନଙ୍କର କ୍ଷମତା ହ୍ରାସ ପାଇଛି । ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ ମାନେ । ଏହାର ପ୍ରତିଶୋଧ ନେବାକୁ ଯାଇ ସେମାନେ ଆତଙ୍କବାଦୀଙ୍କ ସହ ମିଶି ଏଭଳି ହିଂସା କରୁଛନ୍ତି । ଅନ୍ୟପଟେ ଗତ ୬ ମାସ ଧରି ଇଥୋପିଆରେ ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଯାହା ଫଳରେ ସେଠାରେ ଲୋକମାନେ ଭୟରେ ଜୀବନ ଯାପନ କରୁଛନ୍ତି । ଏଭଳି ହିଂସାକାଣ୍ଡରେ ପ୍ରଭାବିତ ହୋଇ ଏହା ମଧ୍ୟରେ ୯ ଲକ୍ଷ ୫୦ ହଜାର ଲୋକ ଭିଟାମାଟି ଛାଡି ପଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.