ଦିଲ୍ଲୀରେ ପୁଣି ଭୂମିକମ୍ପ

0 64

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ନାଙ୍ଗଲୋଇରେ ଏହାର ଝଟକା ଲାଗିଛି । ନ୍ୟାସନାଲ ସେଣ୍ଟର ଫର୍ ଏମରଜେନ୍ସିର କହିବାନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୨.୩ । ସକାଳ ୫ଟା ୨ ମିନିଟରେ କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ମୃତାହତ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହାପୂର୍ବରୁ ୧୭ ଡିସେମ୍ବରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୨ । ଏହାର ପ୍ରଭାବ ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ପଡିଥିଲା । ତେବେ ଏଥିରେ କେହି ମୃତ୍ୟୁବରଣ କରିନଥିଲେ । ଏପରି ଲଗାତର ଭାବେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି ।

ସେହିପରି ଗତ ଡିସେମ୍ବର ୨ରେ ମଧ୍ୟ ଭୂମିକମ୍ପ ହୋଇଥିଲା । ରିକ୍ଚର ସ୍କେଲରେ ଏହାର ତୀବ୍ରତା ଥିଲା ୨.୭ । ଏପ୍ରିଲରୁ ଏବେସୁଦ୍ଧା ଦିଲ୍ଲୀରେ ୧୫ ଥର ଭୂମିକମ୍ପ ହେଲାଣି । ବରିଷ୍ଠ ବୈଜ୍ଞାନିକଙ୍କ ଅନୁସାରେ, ଦିଲ୍ଲୀ ଓ ଏହାର ଆଖ ପାଖରେ କେତେବେଳେ ବି ବଡ ଭୂମିକମ୍ପ ହୋଇପାରେ । ଜବାହରଲାଲ ନେହେରୁ ସେଣ୍ଟର ଅଫ୍ ଆଡଭାନ୍ସଡ୍ ସାଇଣ୍ଟିଫିକ୍ ରିସର୍ଚ୍ଚର ପ୍ରଫେସର ସିପି ରାଜେନ୍ଦ୍ରନ କହିଛନ୍ତି ଯେ, ଦିଲ୍ଲୀରେ ଆଗାମୀ ଦିନରେ ବଡ ଭୂମିକମ୍ପ ଅନୁଭୂତ ହେବ ।

Leave A Reply

Your email address will not be published.