ଆଜି ପବିତ୍ର ବଡ଼ଦିନ: ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପ୍ରାର୍ଥନା

0 74

ଭୁବନେଶ୍ୱର ୨୫।୧୨:  ଆଜି ପବିତ୍ର ବଡ଼ଦିନ । ମଧ୍ୟ ରାତ୍ରୀରେ ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁ । କରୋନା କଟକଣା ଯୋଗୁଁ ଚର୍ଚ୍ଚରେ ଭିଡ଼ ନାହିଁ । କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପ୍ରାର୍ଥନା ହୋଇଛି । ମଧ୍ୟ ରାତ୍ରୀରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିବା ସହ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଆଜି ବଡ଼ଦିନ ପାଳନ ହେଉଛି । ପ୍ରଭୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଚର୍ଚ୍ଚ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି । ଆଲୋକମାଳାରେ ଝଲସି ଉଠୁଛି ଚର୍ଚ୍ଚ। ଖ୍ରୀଷ୍ଟଧର୍ମାବଳମ୍ବୀଙ୍କର ସବୁଠାରୁ ବଡ଼ ପର୍ବ ‘ବଡ଼ଦିନ’ କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ତେବେ କରୋନା କଟକଣା ପାଇଁ ଚର୍ଚ୍ଚଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଲୋକଙ୍କର ଭିଡ଼ ନାହିଁ । କେଉଁ ଚର୍ଚ୍ଚରେ କେତେ ପରିମାଣରେ ଲୋକ ଅଂଶଗ୍ରହଣ କରିପାରିବେ, ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ରାଜ୍ୟରେ କନ୍ଧମାଳ, ଭୁବନେଶ୍ୱର, ସୁନ୍ଦରଗଡ଼, କଟକ, ବାଲେଶ୍ୱରରେ ବହୁସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଳମ୍ବୀ ଥିବାରୁ ଏଠାରେ ଥିବା ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜେଇ ହୋଇଛି । କରୋନା କଟକଣା ଯୋଗୁଁ ଏହି ଚର୍ଚ୍ଚ ଗୁଡ଼ିକରେ ବହୁସଂଖ୍ୟାରେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିପାରିବେ ନାହିଁ । ଛୋଟ ଛୋଟ ଚର୍ଚ୍ଚ ଗୁଡ଼ିକରେ ୨୦ ଜଣ ଓ ବଡ଼ ସ୍ଥାନରେ ଅଧିକାଂଶ ଭାବେ ୫୦ ଜଣ ସାମୂହିକ ପ୍ରାର୍ଥନା କରିପାରିବେ ବୋଲି କୁହାଯାଉଛି।

Leave A Reply

Your email address will not be published.