ଦେଶର ସର୍ବକନିଷ୍ଠ ମେୟର ହୋଇପାରନ୍ତି ଆର୍ଯ୍ୟା ରାଜେନ୍ଦ୍ରନ୍

0 70

ନୂଆଦିଲ୍ଲୀ, ୨୫ ।୧୨: ନିକଟରେ କେରଳରେ ପୌରାଞ୍ଚଳ ନିର୍ବାଚନ ହୋଇଛି । ଏହି ନିର୍ବାଚନରେ ଥିରୁଅନନ୍ତପୁରମର ମୁଦଭାନମୁଗଲ ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇଥିବା ୨୧ ବର୍ଷୀୟ କାଉନସିଲର ଆର୍ଯ୍ୟା ରାଜେନ୍ଦ୍ରନ୍ ମେୟର ହୋଇପାରନ୍ତି । ଯାହାକି ଜାତୀୟ ସ୍ତରର ଏକ ରେକର୍ଡ ହେବ । ୨୧ ବର୍ଷୀୟ ଏହି ଯୁବତୀ ଜଣଙ୍କ କଲେଜର ଛାତ୍ରୀ । ସେ କେରଳର ମୁଦଭାନମୁଗଲ ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଛନ୍ତି । ସିପିଏମର ଏହି କାଉନସିଲର ମେୟର ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି । ହେଲେ ସିପିଏମର କେରଳ ନେତୃତ୍ୱ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.