ପାଣି ପିଇବାକୁ ଯାଇଥିଲା ଚିତା, ଝାମ୍ଫି ନେଲା କୁମ୍ଭୀର

0 64

ଜୋହାନ୍ସବର୍ଗ, ୨୫ ।୧୨: ପାଣି ପିଇବାକୁ ଉଦ୍ୟମ କଲା ବେଳେ ଗୋଟିଏ ଚିତା ବାଘକୁ ଝାମ୍ଫି ନେଇଛି ବିଶାଳକାୟ କୁମ୍ଭୀର । ପୂରା ଘଟଣା ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ୧୩ ଫୁଟ ଲମ୍ବର କୁମ୍ଭୀରଟି ଚିତାକୁ ପାଣି ଭିତରକୁ ନେବା ବେଳର ଦୃଶ୍ୟକୁ ଦକ୍ଷିଣ ଆଫ୍ରିକା ୱାଇଲ୍ଡ ଆର୍ଥ ସଫାରୀର ଗାଇଡ୍ ବୁସାନି ମୁଚାଲି ନିଜ କ୍ୟାମେରରେ କଏଦ କରିଛନ୍ତି । ଏହି ଘଟଣାଟି ଦକ୍ଷିଣ ଆଫ୍ରିକାରରେ ଘଟିଥିବା ଡେଲିମେଲ୍ରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଚିତାଟି ପାଣି ପିଇବା ପାଇଁ ନିକଟରେ ଥିବା ଗଡ଼ିଆକୁ ଯାଇଥିଲା । ତେବେ ଏଠାରେ ଯେ ଶିକାର ପାଇଁ ଗୋଟିଏ ୧୩ ଫୁଟିଆ କୁମ୍ଭୀର ଛକି ରହିଛି, ସେ ବିଷୟରେ ତାକୁ ଆଦୌ ଜଣା ନଥିଲା । ସେ ପାଣି ପିଇବାକୁ କୂଳରେ ପହଞ୍ଚି ମୁହଁ ବଢ଼ାଇବା କ୍ଷଣି ଫିଲ୍ମ ଷ୍ଟାଇଲରେ କୁମ୍ଭୀରଟି ତା’ ବେକକୁ ଧରି ପକାଇଥିଲା । ଚିତାଟି ଖସିବାକୁ ଉଦ୍ୟମ କରିଥିଲେ ହେଁ ପାଣିର ରାଜା କୁମ୍ଭୀର ଆଗରେ ହାର ମାନିଥିଲା । କୁମ୍ଭୀରଟି ସିଧା ଚିତାକୁ ପାଣି ମଧ୍ୟକୁ ଟାଣି ନେଇ ତା’ର ଶିକାର କରିଥିଲା । ଉକ୍ତ କଅଁଳ ଚିତା ପଛରେ ତା’ର ସହଯୋଗୀ ମଧ୍ୟ ରହିଥିଲା । ହେଲେ ସେ ଘଟଣା ପରେ କେବଳ ଆଶ୍ଚର୍ଯ୍ୟ ହୋଇ ପାଣିକୁ ଚାହିଁ ରହିଥିଲା । ନିଜ ବନ୍ଧୁକୁ ହରାଇ ସେ ଶେଷରେ ପଛକୁ ଫେରି ଯାଇଥିଲା ।

Leave A Reply

Your email address will not be published.