ଘରେ ନିଆଁ ଲାଗି ମା’ ଓ ୩ ଶିଶୁ ଜୀବନ୍ତ ଦଗ୍ଧ

0 73

ବାନ୍ଦା, ୨୬ ।୧୨: ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଶନିବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଘରଠୁ ଅଳ୍ପ ଦୂରରେ ଲଗାଯାଇଥିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଘରେ କୁଟା ଏବଂ କାଠ ଭର୍ତ୍ତି ହୋଇଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଏତେ ଜଳଦି ନିଆଁ ବ୍ୟାପିଯାଇଥିଲା ଯେ ଘରୁ କେହି ବାହାରି ପାରି ନ ଥିଲେ । ଗାଁ ଲୋକ ଜାଣିବା ପରେ ହୋହଲ୍ଲା କରିଥିଲେ, କିନ୍ତୁ କେହି ଭିତରକୁ ଯିବାକୁ ସାହସ କରି ନ ଥିଲେ । ସକାଳ ପ୍ରାୟ ସାଢ଼େ ୮ଟାରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଘର ଭିତରୁ ଜଣେ ମହିଳା ଏବଂ ତାଙ୍କ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ଘରର ମୁରବୀ କଲ୍ଲୁ ରାଜସ୍ଥାନର ଜୟପୁରରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ତାଙ୍କ ୩୫ ବର୍ଷୀୟା ପ˜ୀ ସଙ୍ଗୀତା ୨ ଝିଅ ଓ ଗୋଟିଏ ପୁଅ ସହିତ ଘରେ ରୁହନ୍ତି । ଭୋର ପ୍ରାୟ ସାଢ଼େ ୪ଟାରେ ତାଙ୍କ ଘର ହୁତୁ ହୁତୁ ହୋଇ ଜଳୁଥିବା ଗ୍ରାମବାସୀ ଦେଖି ପାଟି କରିଥିଲେ । ସେମାନେ ନିଆଁ ଲିଭାଇବା ପରେ ଘର କବାଟ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।

Leave A Reply

Your email address will not be published.