ଏନଡିଏକୁ ଆରଏଲପିର ଅଲବିଦା

0 75

ନୂଆଦିଲ୍ଲୀ, ୨୬ ।୧୨: କେନ୍ଦ୍ର ସରକାରଙ୍କ ତିନି ଚାଷୀ ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ୩୨ ଦିନରେ ପହଞ୍ଚିଛି । ଏଯାଏ ବାହାରିନି ସମାଧାନର ବାଟ । ଏବେ ବି ଚାଷୀ ଦିଲ୍ଲୀ ସୀମାରେ ଶୀତ, କାକରରେ ପଡ଼ି ରହିଛନ୍ତି । ଏହାରି ଭିତରେ ଏନଡିଏକୁ ବାଏ ବାଏ କହିଛି ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ପୂର୍ବରୁ ଏନଡିଏ ଛାଡ଼ିବ ବୋଲି ଆରଏଲପି ମୁଖ୍ୟ ହନୁମାନ ବେନିୱାଲ ଚେତାବନୀ ଦେଇଥିଲେ । ରାଜସ୍ଥାନର ଏହି ଆଞ୍ଚଳିକ ଦଳ କିଛିଦିନ ତଳେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛି । ରାଜସ୍ଥାନ ନାଗୌରର ସାଂସଦ ବେନିୱାଲା ଅଲୱାରା ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସମ୍ବୋଧନ କରୁଥିଲେ । ଆଉ ଏହାପରେ ସେ ଏନଡିଏରୁ ଓହରିବା ବାବଦରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଆରଏଲପିର ମାତ୍ର ଜଣେ ସାଂସଦ ଲୋକସଭାରେ ରହିଛନ୍ତି । ତିନି ଜଣ ବିଧାୟକ ରାଜସ୍ଥାନ ବିଧାନସଭାରେ ରହିଛନ୍ତି ।

Leave A Reply

Your email address will not be published.