ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

0 60

ହାଇଦ୍ରାବାଦ, ୨୭ ।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ରବିବାର ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି । ଏବେ ତାଙ୍କର ରକ୍ତଚାପ ଠିକ୍ ଅଛି ବୋଲି ପରୀକ୍ଷା କରି କହିଛନ୍ତି ହସ୍ପିଟାଲର ଡାକ୍ତର । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ରଜନୀକାନ୍ତଙ୍କୁ ଡିସ୍ଚାର୍ଜ କରାଯାଇଥିବା ନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି । ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ପକ୍ଷରୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି । ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ପରେ ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାମିଲ ଫିଲ୍ମ “ଆନାଥେ’ରେ ସୁଟିଂ ସମୟରେ ହିଁ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯଦିଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି କିନ୍ତୁ ତାଙ୍କୁ କିଛି ଦିନ ଆରାମ (ବେଡ୍ ରେଷ୍ଟ) କରିବାକୁ ଡାକ୍ତର ପରାମର୍ଶ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.