ମନ୍ଦିର ଉପରେ ଆକ୍ରମଣ ଯୋଜନା ପଣ୍ଡ

0 78

ଶ୍ରୀନଗର, ୨୭ ।୧୨ : ଜମ୍ମୁ କଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛନ୍ତି ସୁରକ୍ଷାକର୍ମୀ । ପୁଞ୍ଚ ଜିଲ୍ଲାର ଚାରିଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିବା ସହିତ ଛଅଟି ଗ୍ରେନେଡ ଜବତ କରିଛି । ସନ୍ଦିଗ୍ଧ ଆତଙ୍କବାଦୀ ଏକ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି । ଏହି ଆତଙ୍କବାଦୀ କେଉଁ ଆତଙ୍କୀ ସଂଗଠନ ସହ ଜଡ଼ିତ ଅଛନ୍ତି ଏହାର ତଦନ୍ତ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ଏବଂ ପୁଲିସ । ଗତକାଲି ରାତିରେ ମନ୍ଦିର ଉପରେ ଆକ୍ରମଣ ନେଇ ସୂଚନା ମିଳିବା ପରେ ପୁଲିସ ସର୍ଚ୍ଚ ଅପରେସନ କରିଥିଲା । ରାତିରେ ମୁସ୍ତାଫା ଇକବାଲ ଏବଂ ମୁର୍ତାଜା ଇକବାଲକୁ ପୁଲିସ ଅଟକ ରଖିବା ପରେ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଥିଲା । ଏହି ଦୁଇଜଣ ଭାଇ ବୋଲି ପୁଲିସ କହିଛି । ଗାଡି ଚେକିଂ କରିବା ବେଳେ ଏମାନେ ଧରା ପଡ଼ିଛନ୍ତି । ପଚରାଉଚରା ବେଳେ ସନ୍ଦିଗ୍ଧ ଆତଙ୍କବାଦୀ ଆରି ଗାଁର ଏକ ମନ୍ଦିରରେ ବୋମା ପକାଇବାକୁ ଯୋଜନା କରିଥିଲେ ବୋଲି ସ୍ୱୀକାର କରିଛି । ଗିରଫ ହୋଇଥିବା ସନ୍ଦିଗ୍ଧର ମୋବାଇଲରେ ଗ୍ରେନେଡ କିପରି ଫିଙ୍ଗାଯାଏ ତା’ର ଏକ ଭିଡିଓ ଦେଖିବାକୁ ମିଳିଛି । ମାମଲାର ଅଧିକ ତଦନ୍ତ କରି ଏଲଓସି ନିକଟରେ ଥିବା ବାଲାକୋଟ ସେକ୍ଟରର ଡାବି ଗାଁରୁ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ ।

Leave A Reply

Your email address will not be published.