“ଆସନ୍ତା ୪-୫ ମାସରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ବାସଭବନରେ ରହିବେ’

0 68

କୋଲକାତା, ୨୭ ।୧୨ : ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ରାଜନୀତି ମଇଦାନରେ ଗୁଗଲି ଏବଂ ବାଉନ୍ସର ପକାଇବା ଆରମ୍ଭ କରିଛନ୍ତି ରାଜନୀତିକ ଦଳ । ମୁଖ୍ୟତଃ ଶାସନ ଗାଦିରେ ବସିଥିବା ଟିଏମସି ଓ ବିଜେପି ପରସ୍ପର ମଧ୍ୟରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଦକ୍ଷିଣ ୨୪ ପ୍ରଗଣା ସମାବେଶରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ ଆସନ୍ତା ୪-୫ ମାସ ମଧ୍ୟରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ନବାନ୍ନ ଭବନରେ (ମୁଖ୍ୟମନ୍ତ୍ରୀଙ୍କ ବାସଭବନ) ରହିବେ । ଯଦି ଟିଏମସି ଏହାକୁ ହଜମ କରିପାରୁନି, ତେଣୁ ହୋମିଓପାଥିକ ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀପ । ଦିଲ୍ଲୀପ କହିଛନ୍ତି, ପ୍ରତିଶୋଧ ପରାୟଣ ହୋଇ ଆମ ଉପରେ ଆକ୍ରମଣ ହେଲେ ଆମେ ମଧ୍ୟ କଡ଼ା ଜବାବ ଦେବୁ । ଯାହାର କ୍ଷତ ଶୁଖାଇବା ପାଇଁ ବ୍ୟାଣ୍ଡେଜ କନା ମିଳିବନି ବୋଲି ସେ କହିଛନ୍ତି । ଆମେ ରାଜନୀତି ସ୍ୱାଭାବିକ ଭାବରେ କରିବାକୁ ଚାହୁଁ । କାରଣ ଆମର ହାତ ଓ ପାଦ କାମ କରୁଛି । ଯଦି ପ୍ରତିଶୋଧ ପରାୟଣ ହୋଇ ଆମ ଉପରେ ଆକ୍ରମଣ ହୁଏ ତେବେ ଆମେ ବାଧ୍ୟ ପ୍ରତିଶୋଧ ନେବୁ ବୋଲି ଶ୍ରୀ ଘୋଷ କହିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଏପ୍ରିଲ-ମେ’ରେ ହେବ ବୋଲି ଜଣାପଡ଼ିଛି । ୨୯୪ ଆସନ ପାଇଁ ଜୋରଦାର ଲଢ଼େଇ ହେବ । ବିଜେପି-ଟିଏମସି ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଜଣାପଡ଼ିଛି । ତେବେ କଂଗ୍ରେସ ମଧ୍ୟ ବାମ ଦଳ ସହ ମିଶି ନିର୍ବାଚନ ବୈତରଣୀ ପାର ହେବ ବୋଲି କହିଛି ।

Leave A Reply

Your email address will not be published.