କୋଟି କୋଟି ଟଙ୍କାର ପୁରୁଣା ୫ଶହ ଓ ୧ ହଜାର ଟଙ୍କା ନୋଟ୍ ରଦ୍ଦି

0 76

ନୂଆଦିଲ୍ଲୀ ୨୭ ।୧୨: ନେପାଳର ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରା ରଦ୍ଦିରେ ପଡିଛି । ଏହି ସବୁ ଭାରତ ସରକାରଙ୍କ ନୋଟ ବନ୍ଦୀ ସମୟରେ ରଦ୍ଦ ହୋଇଥିବା ଭାରତୀୟ ମୁଦ୍ରା । ବ୍ୟାଙ୍କରେ ଯେତିକି ଟଙ୍କା ପଡି ରହିଛି ତା ଠରୁ ଅଧିକ ୫ଶହ ଓ ହଜାରେ ଟଙ୍କିଆ ନୋଟ ନେପାଳି ଲୋକଙ୍କ ପାଖରେ ଅଛି । ଏ ସମ୍ପର୍କରେ ଭାରତ ସରକାରଙ୍କ ନିକଟରେ ପୂର୍ଣ୍ଣ ସୂଚନା ଅଛି । ହେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସେସବୁ ଟଙ୍କା ଫେରସ୍ତ ଆଣିବା ଲାଗି ପଦକ୍ଷେପ ନେଉ ନାହାନ୍ତି । ନେପାଳ ଦୂତାବାସ ମୁଖପାତ୍ର ହରିପ୍ରସାଦ ଓଡାରୀ ପ୍ରଥମ ଥର ଏ ନେଇ ଅଭିଯୋଗ କରିଛନ୍ତି । ନେପାଳ ନାଗରିକ ଓ ବ୍ୟାଙ୍କମାନଙ୍କ ନିକଟରେ ମହଜୁଦ ଏହି ସବୁ ୫ଶହ ଓ ୧ ହଜାର ଟଙ୍କିଆ ମୁଦ୍ରା ୮ ନଭେମ୍ବର ୨୦୧୬ ପୂର୍ବର । ଭାରତ ସରକାର ନୋଟ ବନ୍ଦୀ ଘୋଷଣା କରିବାର ଦୀର୍ଘ ସମୟ ପରେ ମଧ୍ୟ ଏହି ଟଙ୍କା ଫେରସ୍ତ ନେବା ଲାଗି କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି । ଟଙ୍କା ଫେରସ୍ତ ଲାଗି ନେପାଳ ଓ ଭାରତୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି । ହେଲେ ଏପର୍ଯ୍ୟନ୍ତ ନୋଟ ପରିବର୍ତ୍ତନ ନେଇ ସହମତି ହୋଇପାରିନାହିଁ । ଉଭୟ ଦେଶଙ୍କ ମୁକ୍ତ ସୀମା ବ୍ୟାପାର ଆଢୁଆଳରେ ଭାରତରେ ଲୋକେ ନୋଟବନ୍ଦୀ କାଳରେ ଲୁଚାଇ ରଖିଥିବା ଟଙ୍କା ହୁଏତ ନେପାଳ ରାସ୍ତାରେ ଭାରତକୁ ପୁଣି ଚଳାଇ ନେଇ ପାରନ୍ତି ବୋଲି ସରକାର ସନ୍ଦେହ କରୁଛନ୍ତି । ତେବେ ଏପରି ଟଙ୍କାକୁ ରୋକିବାକୁ ନେପାଳ ସରକାରଙ୍କ ନିକଟରେ ସେପରି କୌଣସି ବ୍ୟବସ୍ଥା ନାହିଁ ।

Leave A Reply

Your email address will not be published.