ମା ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 65

ଅର୍ଜୁନପୁର ଚାମ୍ପିୟନ

ବାଙ୍କୀ:ଗତ ୨୪ତାରିଖ ରେ ନରଗାଙ୍ଗ ପଞ୍ଚାୟତ ପଳାଶୁଣି ଖେଳ ପଡ଼ିଆରେ ୮ଗୋଟି କ୍ରିକେଟ ଦଳ ହଳଦିଆ,ଅର୍ଜୁନପୁର ଖୋର୍ଦ୍ଧା, ତୁଳସୀପୁର, କଦଳିବାଦୀ ଖୋର୍ଦ୍ଧା, କୁମୁସର, ଢସର,ପଳାଶୁଣି, ଗୌଡ଼ନୂଆଗାଁ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଆଜି ପୂର୍ବାହ୍ନ ରେ ଏକ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ କୁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଉଦଘାଟନ କରି ଗ୍ରାମାଅଞ୍ଚଳ ରେ କ୍ରୀଡା କୁ କିପରି ପ୍ରସାରିତ କରିହେବ ସେ ସମ୍ପର୍କରେ ଅବଗତ କରାଇ ଥିଲେ ।ଏହି ବନ୍ଧୁତା ପୂର୍ଣ୍ଣ ମ୍ୟାଚ ରେ ପାଳାସୁଣି ଓ କୁମୁସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା କୁମୁସର ଏହି ବନ୍ଧୁତା ପୂର୍ଣ୍ଣ ମ୍ୟାଚ ରେ ବିଜୟ ଲାଭ ହାସଲ କରି ପୂର୍ବତନ ବିଧାୟକ ତ୍ରିପାଠୀ ଙ୍କ ଦ୍ୱାରା ପୁରସ୍କାର ଟ୍ରଫି ପ୍ରାପ୍ତ କରିଥିଲେ ।ଅପରାହ୍ନ ରେ ଏହି ୪ଦିନ ଲାଗିରହିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଅର୍ଜ୍ଜୁନପୁର ଓ ତୁଳସୀପୁର ମଧ୍ୟରେ ଫାଇନାଲ ମ୍ୟାଚ ରେ ଅନୁଷ୍ଠିତ ହୋଇଥିଲା ।ଅର୍ଜ୍ଜୁନପୁର ୯୩ ରନ ତୁଳସୀପୁର ୭୮ ରନ କରିଥିଲା ।ଅର୍ଜ୍ଜୁନପୁର ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ୧୫ରନ ରେ ବିଜୟ ଲାଭ କରିଥିଲା ଏହି ଉଦଯାପିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ବାଙ୍କୀ ର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରି ବିଜୟ ଦଳ ଅର୍ଜ୍ଜୁନପୁର କୁ ବିଜୟକପ ପ୍ରଦାନ କରିଥିଲେ ।ମାଷ୍ଟରନାସିକ ମ୍ୟାନ ଅଫମ୍ୟାଚ ହୋଇଥିଲେ ।ଆଜିର ଟୁର୍ଣ୍ଣାମେଣ୍ଟ ରେ ସରପଞ୍ଚ ପ୍ରଶାନ୍ତ ମତଗଜସିଂ, ଉପାଧ୍ୟକ୍ଷ ରେବତୀ ଜେନା,ପ୍ରସ କ୍ଲବ ସମ୍ପାଦକ ସୁବାସ ପାଢ଼ୀ, ଜିଲ୍ଲାପରିଷଦ ତ୍ରିଲୋଚନ ରାଉତ, ସମବାୟବିତ ସମରେନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦାନ କରିଥିଲେ ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ରଜତ ପରିଡା,ସୁନୀଲ କୁମାର ସାହୁ,ଅନିଲ କୁମାର ସାହୁ, ସୋମ୍ୟ ରଞ୍ଜନ ମିଶ୍ର, ମାନସ ରଞ୍ଜନ ମିଶ୍ର ,ଦିଲ୍ଲୀପ ଦାସ,ପ୍ରତାପ ମହାପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.