କୁରୁମପଡ଼ା ପୋଡ଼ାପାଟଣା ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଖୋଲିଲା

0 70

ବାଙ୍କୀ,୨୭ା୧୨ (ଡିକେ ନ୍ୟୁଜ): ବାଙ୍କୀ ବ୍ଲକ ରବୈଦେଶ୍ୱର ପଞ୍ଚାୟତ କୁରୁମପଡା ପୋଡାପାଟଣା ସେବାସମବାୟ ସମିତିରେ ଆଜି ଖରିଫ ଋତୁର ଧାନ ମଣ୍ଡି ଖୋଲିଲା । ଏହି ଧାନମଣ୍ଡିକୁ ସହ ଉପକାରୀ ନିବନ୍ଧକ ଜ୍ୟୋତି ରଞ୍ଜନ ସେଠି ଉଦ୍ଘାଟନ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସେଠି ପ୍ରକାଶ କରିଛନ୍ତି ଆଜିର ଧାନ ମଣ୍ଡି ଉଦ୍ଘାଟନ ପରେ ପର୍ଯ୍ୟାୟ କ୍ରମେ ଏହା ବାଙ୍କୀ ବ୍ଲକ ଅଞ୍ଚଳରେ ରହିଥିବା ଅନ୍ୟ ସମବାୟ ସମିତିର ମଣ୍ଡି ଖୋଲିବାର ବ୍ୟବସ୍ଥା କୋଭଡ ନିୟମ ଅନୁଯାୟୀ କରାଯିବ । ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିକ ବହୁ ସଂଖ୍ୟାରେ ଧାନ କିପରି ମଣ୍ଡିକୁ ·ଷୀ ବିକ୍ରି ପାଇଁ ଅଣାଯାଇ ପାରିବ ସେ ନେଇ ଉପସ୍ଥିତ ଥିବା ·ଷୀଙ୍କୁ ଅବଗତ କରାଇଥିଲେ । ଆଜି କୁରୁମପଡା ପୋଡାପାଟଣା ସେବାସମବାୟ ସମିତି ପକ୍ଷରୁ ପଞ୍ଜିକୃତ ହୋଇଥିବା ୨୫୧ଜଣଙ୍କ ମଧ୍ୟରୁ ୨୨ଜଣ ·ଷୀଙ୍କ ଠାରୁ ୩୧୫କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ଚଳିତ ବର୍ଷ ମଣ୍ଡି ବନ୍ଦର ଶେଷ ତାରିଖ ମାର୍ଚ୍ଚ ୩୦ସୁଦ୍ଧା ପାଞ୍ଚ ହଜାର କୁଇଣ୍ଟାଲ ଧାନ କ୍ରୟ ଲକ୍ଷରେ ସେବା ସମବାୟ ସମିତି ଲକ୍ଷ ରହିଥିବା ସେବା ସମବାୟ ସମ୍ପାଦକ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.