ବିଜେପି ଯୁବମୋର୍ଚ୍ଚାର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

0 77

ବାଙ୍କୀ,୨୭ା୧୨ (ଡିକେ ନ୍ୟୁଜ): ବାଙ୍କୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବାଙ୍କୀ ବାରଙ୍ଗ ଯୁବକ ସଙ୍ଘର ମୁଖ୍ୟ ତଥା ବିଜେପି ନେତା ତୁଷାର କାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଡମପଡା ବ୍ଲକ ଦେବିଦ୍ୱାର ଠାରେ ଏକ ଯୁବ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ମୋଦିଜୀଙ୍କ ଆଦର୍ଶ ବିଜେପି ଦଳୀୟ ଶୃଙ୍ଖଳା ସମ୍ପର୍କରେ, ମୋଦୀଜୀଙ୍କ ଗରିବ କଲ୍ୟାଣ ଯୋଜନା ଏବଂ ବିଭିନ୍ନ ଉନ୍ନୟନ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ । କିପରି ଆଗାମୀ ଦିନରେ ଦଳର ଉନ୍ନତି ବାଙ୍କୀରେ କରିହେବ ସେ ସମ୍ପର୍କରେ ଯୁବବର୍ଗ ଆଗକୁ ଆସି ପ୍ରତି ଘର ଘର ବୁଲି ମୋଦୀଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇ ଏକ ନୂଆ ବାଙ୍କୀ ଗଠନ ପାଇଁ ସଂଗ୍ରାମ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କାରାଯାଇଥିଲା । ବାଆଁରା, ଭଗିପୁର, ପାଥପୁର, କୁସୁପଙ୍ଗି ପଞ୍ଚାୟତର ବହୁ ଯୁବକ ଆଜି ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବଜେପିରେ ନିଜର ପ୍ରାଥମିକତା ସଦସ୍ୟ ରୂପେ ଯୋଗଦାନ କରିଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବାଙ୍କୀ ବିଜେପିର ବରିଷ୍ଠ କର୍ମୀ ଅଜୟ ସ୍ୱାଇଁ, ବିଜେପିର ନେତା ସରୋଜ ମତାଗଜସିଂ, କଟକ ଜିଲ୍ଲାର କୃଷକମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ଷଢଙ୍ଗୀ, ବାରଙ୍ଗ ବ୍ଲକ ବେଳଗୋଛିଆ ସମିତି ସଭ୍ୟ ଭୂପତି ଭୂଷଣ ପାଣୀ, ପ୍ରମୋଦ ବିଶୋଇ, ବିଶ୍ୱଜିତ ସାହୁ, ପ୍ରଭାତ କୁମାର ସାହୁ, ସୁବ୍ରମ ବାରିକ, ସୁନୀଲ ସାମଲ, ପବିତ୍ର କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରି ବନ୍ଧୁ ମିଳନ କାର୍ଯ୍ୟ କୁ ସଫଳ କରିଥିଲେ । ଆଗାମୀ ଦିନରେ ବାଙ୍କୀକୁ ନିଶା ମୁକ୍ତ ଓ ଦୁର୍ନୀତି ମୁକ୍ତ ବାଙ୍କୀ ଗଠନ ପାଇଁ ସମସ୍ତେ ପ୍ରୟାସ କରିବା ପାଇଁ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.