ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ପାଳନ: ଗଛ କାଟି ରାସ୍ତା ଅବରୋଧ

0 64

ରାୟଗଡା : ମୁନିଗୁଡ଼ା ସଦରମହକୁମା ରାୟଗଡା କନ୍ଧମାଳ ସିମାନ୍ତ ଓଡିଶା ପୋଲିସ ର ନକ୍ସଲ ଉପରେ ଆକ୍ରମଣ ର ପ୍ରତିବାଦ ରେ ନକ୍ସଲ ସଂଗଠନ ତରଫରୁ ଆଜି ବନ୍ଦ ଡାକରା ଦିଆଯାଇଛି । ରାୟଗଡ଼ା -କନ୍ଧମାଳ ସୀମାନ୍ତ ବଣ୍ଡା ପିପିଲି ଗ୍ରାମ ନିକଟରେ ନକ୍ସଲ ମନେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି। ରାୟଗଡା -କନ୍ଧମାଳ ଜିଲ୍ଲା ରାସ୍ତା ର ଗମନାଗମନ ବଧାପ୍ରାପ୍ତ ହୋଇଛି । ଗତ 24 ତାରିଖ ଦିନ ଏକ ଅଡିଓ ଟେପ ଜାରି କରାଯାଇ ମାଓ ସଂଘଟଣ ପକ୍ଷରୁ ଆସନ୍ତା 28 ତାରିଖ ଦିନ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦେଇଥିଲା ମାଓ ସଂଗଠନ। ଏନେଇ ଏକ ଅଡିଓ ଟେପ୍ ଜାରି କରାଯାଇଥିଲା ମାଓ ସଂଗଠନ ପକ୍ଷରୁ। ସିପିଆଇ ମାଓବାଦୀ ପକ୍ଷରୁ ସୋନାଲି ଏହି ଅଡିଓ ଟେପରେ ଜାରି କରି ଆସନ୍ତା 28 ତାରିଖ କୁ ଓଡିଶା ସମେତ ପୂର୍ବ ଛତିଶଗଡ଼ ବନ୍ଦ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଅଡିଓ ଟେପ୍ ରେ ସହୀଦ ନକ୍ସଲ ସାଥୀଙ୍କ ମୃତ୍ଯୁ ର ଜବାବ ରକ୍ତରେ ଦେବା ପାଇଁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଏସଓଜି ଓ ଡିଭିଏଫ୍ ଜବାନ ମାନେ ଯେପରି ନକ୍ସଲ ସାଥୀ ମାନଙ୍କୁ ହତ୍ଯା କରୁଛନ୍ତି ତାର ଉଚିତ୍ ଜବାବ ଦିଆଯିବ ବୋଲି ଅଡିଓ ଟେପ୍ ଜାରି କରି କୁହାଯାଇଥିଲା । ଜଳ,ଜଙ୍ଗଲ ଓ ଜମିର ହକ୍ ପାଇଁ ଲଢେ଼ଇ କରିବାକୁ ମାଓସଂଗଠନର ଆହ୍ବନ କରିଥିଲା। ତେବେ ଆଜି ଏହାର ପ୍ରଭାବ ରାୟଗଡା ଜିଲ୍ଲାର କନ୍ଧମାଳ ସୀମାନ୍ତରେ ଦେଖିବା ପାଇଁ ମିଳିଛି । ଗଛ କାଟି ରାସ୍ତା ଅବରଧ କରାଯାଇ ବିଭିନ୍ନ ପୋଷ୍ଟେର ଲଗାଯାଇଥିବା ଦେଖିବା ପାଇଁ ମିଳିଛି । 

Leave A Reply

Your email address will not be published.