୨୦୨୧ରେ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ୍

0 74

ମୁମ୍ବାଇ ୨୮ ।୧୨: ବର୍ଷ ୨୦୨୦ ଶେଷହେବାକୁ ଆସିଛି । ଆଉ ଦିନ କେତେଟା ପରେ ସରିବ ୨୦୨୦ ଏବଂ ଆରମ୍ଭ ହେବ ୨୦୨୧ । ତେବେ ଆସନ୍ତା ବର୍ଷରେ କେତେଦିନ ବ୍ୟାଙ୍କ ବନ୍ଦ ଓ ଖୋଲା ରହିବ ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଏନେଇ ତାଲିକା ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି । ଆର୍ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ, ରବିବାର ବ୍ୟତୀୟ ମାସର ୨ୟ ଏବଂ ୪ର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଆରବିଆଇର ୱେବସାଇଟ୍ ମୁତାବିକ ସମସ୍ତ ଛୁଟିଗୁଡିକୁ ଅଲଗା ଅଲଗା ରାଜ୍ୟକୁ ଅନୁସାରେ ନିଷ୍ପତ୍ତି ନିଆଯାଇଛି । କିଛି ଛୁଟି ସାରା ଦେଶରେ ଥିବା ବ୍ୟାଙ୍କ ପାଇଁ ଲାଗୁ ହୋଇଛି ।

Leave A Reply

Your email address will not be published.