ନେପାଳରେ ଚାଇନାକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

0 80

କାଠମାଣ୍ଡୁ: ନେପାଳରେ ସରକାର ଭାଙ୍ଗିବା ପରେ ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ କନ୍ଦଳ ଜାରି ରହିଛି । ଏହାର ସମଧାନ ପାଇଁ ନେପାଳରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଦୂତ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ, ଦଳର ସଭାପତି ପୁଷ୍ପକ କମଲ ଦହଲ “ପ୍ରଚଣ୍ଡ’ ଏବଂ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସହିତ କାଠମାଣ୍ଡରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଆଲୋଚନା କରିଥିଲେ । ହେଲେ କୌଣସି ସକାରାତ୍ମକ ଫଳ ନମିଳିବାରୁ ରବିବାର କାଠମାଣ୍ଡରେ ପହଞ୍ଚିଛନ୍ତି ଜିନପିଙ୍ଗଙ୍କ ଦୂତ ଗୁଓ ୟେଝୁ । ଗୁଓ ନେପାଳରେ ପହଞ୍ଚିବା ପରେ ନେପାଳବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚାଇନା ଦୂତାବାସକୁ ଘେରି ଯାଇ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ନେପାଳବାସୀ । ଗୋ ବ୍ୟାକ ନାରା ଦେବାସହିତ ନେପାଳର ଜମିକୁ ଫେରାଇ ଦେବା ପାଇଁ ଦାବି କରିଛନ୍ତି ଲୋକେ । ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା । ଭାରତର କିଛି ଅଂଶକୁ ଜୋର ଜବରଦସ୍ତି ନିଜର ବୋଲି ଦାବି କରିଛି ନେପାଳ । ଚାଇନା ସମର୍ଥନରେ ନେପାଳ ତା’ର ସଂଶୋଧିତ ମ୍ୟାପ୍କୁ ସଂସଦରେ ପାସ୍ କରାଇଥିଲା । ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି । ସେହି ଦିନଠାରୁ କେ.ପି ଶର୍ମା ଓଲି ଦଳରୁ ସମାଲୋଚିତ ହୋଇ ଆସୁଥିଲେ । ଏହାପରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କେପି ଶର୍ମା ସଂସଦ ଭାଙ୍ଗି କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅନୁମୋଦନ ଦେଇଥିଲେ । ଏହା ପରେ ଏପ୍ରିଲ-ମେ ମାସରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି । ଗତ ବୁଧବାର ଅପରାହ୍ନରେ ଓଲି ଏବଂ ଦହଲଙ୍କ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ପୁଷ୍ପ କମଲ ଦହଲ “ପ୍ରଚଣ୍ଡ’ ସର୍ବସମ୍ମତି କ୍ରମେ ଦଳର ସଂସଦୀୟ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.