ଜାନୁୟାରୀରୁ ମହଙ୍ଗା ହେବ ଟିଭି, ଫ୍ରିଜ୍ ଓ ୱାଶିଂମେସିନ୍

0 67

ନୂଆଦିଲ୍ଲୀ୨୮/୧୨ : କିଛି ଦିନ ପରେ ବର୍ଷ ୨୦୨୦ ଶେଷ ହୋଇ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ତେବେ ୨୦୨୧ ଆରମ୍ଭରୁ ହିଁ ଟିଭି, ଫ୍ରିଜ୍ ଏବଂ ଓ୍ୱାଶିଂ ମେସିନ୍ ଭଳି କିଛି ଗୃହ ଉପକରଣର ଦାମ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଖାସ କରି ଭାରତରେ ଏବେ ଏଲ୍ଇଡି ଟିଭିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏହାର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ଆସନ୍ତା ବର୍ଷ ଏହି ଘରୋଇ ଉପକରଣଗୁଡିକର ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା ମୁଖ୍ୟ ସରଞ୍ଜାମର ଦାମ ବୃଦ୍ଧିପାଇବ । ଖାସ କରି କୋପର, ଆଲୁମିନିୟମ ଏବଂ ଷ୍ଟିଲ୍ର ଦାମ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ ଟିଭି, ଫ୍ରିଜ୍ ଏବଂ ଓ୍ୱାଶିଂ ମେସିନ୍ର ଦାମ ପ୍ରାୟ ୧୦ ପ୍ରତିଶତ ବଢିବା ନେଇ ଆଶଙ୍କା କରାଯାଉଛି । ଏଲ୍ଜି ପାନାସୋନିକ୍ ଏବଂ ସାମସଙ୍ଗ ଭଳି କମ୍ପାନୀଗୁଡିକର ଘରୋଇ ଉପକରଣ ଯେପରିକି ଟିଭି, ୱାଶିଂ୍ ମେସିନ୍ ଭଳି ବୈଦ୍ୟୁତିକ ଉପକରଣର ବଜାରରେ ବେଶ ଚାହିଦା ରହିଛି । ଏହି କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଜାନୁୟାରୀ ମାସରୁ ଏହି ଉପକରଣଗୁଡିକା ଦାମ ବୃଦ୍ଧି କରାଯିବ । ପାନାସୋନିକ୍ ଇଣ୍ଡିଆ ସିଇଓର ମନୀଷ ଶର୍ମା କହିଛନ୍ତି ଯେ, ଜାନୁୟାରରେ ଟିଭି, ଫ୍ରିଜ୍ ଏବଂ ୱାଶିଂ ମେସିନ୍ର ଦାମରେ ପ୍ରାୟ ୬ ରୁ ୭ ପ୍ରତିଶତ ବୃଦ୍ଧି କରାଯିବ ଏବଂ ଆଗାମୀ ଦିନରେ ଏହାର ଦାମକୁ ୧୦-୧୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଉତ୍ପାଦନରେ ବ୍ୟବହୃତ ମୁଖ୍ୟ ସରଞ୍ଜାମଗୁଡିକର ଦାମ ବୃଦ୍ଧି ପାଉଥିବାରୁ ଏଗୁଡିକର ଦାମ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନୀଷ ଶର୍ମା କହିଛନ୍ତି ।

Leave A Reply

Your email address will not be published.