ଚାରି ହଜାର କୁଇଣ୍ଟାଲ କ୍ରୟ ଲକ୍ଷ୍ୟରେ ଖୋଲିଲା ବଳଭଦ୍ରପୁର ଜଗନ୍ନାଥପୁର ସେବା ସମବାୟ ସମିତି ମଣ୍ଡି

0 79

ବାଙ୍କୀ:ବାଙ୍କୀ ବ୍ଲକର ବଳଭଦ୍ରପୁର ପଞ୍ଚାୟତ ବଳଭଦ୍ରପୁର ଜଗନ୍ନାଥପୁର ସେବା ସମବାୟ ସମିତିରେ ଆଜି ଖରିଫ ଋତୁ ର ଧାନ ମଣ୍ଡି ଖୋଲିଲା । ଏହି ଧାନମଣ୍ଡିକୁ ସହକାରୀ ନିବନ୍ଧକ ସରୋଜକାନ୍ତ ଜେନା ଉଦଘାଟନ କରିଥିଲେ । ଆଜିର ଧାନମଣ୍ଡି ଉଦଘାଟନ ପରେ ପର୍ଯ୍ୟାୟକ୍ରମେ ଏହା ବାଙ୍କୀ ବ୍ଲକ ଅଞ୍ଚଳରେ ରହିଥିବା ଅନ୍ୟ ସମବାୟ ସମିତିର ମଣ୍ଡି ଖୋଲିବାର ବ୍ୟବସ୍ଥା କୋଭିଡ ନିୟମ ଅନୁଯାୟୀ କରାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ସେବା ସମବାୟ ସମିତିର ସମ୍ପାଦକ ସୁଶାନ୍ତ କୁମାର ମଲ୍ଲିକ ବହୁସଂଖ୍ୟାରେ ଧାନ କିପରି ମଣ୍ଡିକୁ ଚାଷୀ ବିକ୍ରି ପାଇଁ ଅଣାଯାଇଇପାରିବ ସେ ନେଇ ଉପସ୍ଥିତ ଥିବା ଚାଷୀଙ୍କୁ ଅବଗତ କରାଇଥିଲେ । ସରପଞ୍ଚ ବିଜନ ସାହୁ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପଦକ ଅଜୟ ରାଉତ ଆଜି କୁରୁମପଡା ପୋଡାପାଟଣା ସେବା ସମବାୟ ସମିତି ପକ୍ଷରୁ ପଞ୍ଜିକୃତ ହୋଇଥିବା ୧୬୭ଜଣଙ୍କ ମଧ୍ୟରୁ ୫ଜଣ ଚାଷୀ ଙ୍କ ଠାରୁ ୧୪୫କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ଚଳିତ ବର୍ଷ ମଣ୍ଡି ବନ୍ଦର ଶେଷ ତାରିଖ ମାର୍ଚ୍ଚ ୩୦ ସୁଦ୍ଧା ଚାରି ହଜାର କୁଇଣ୍ଟାଲ ଧାନ କ୍ରୟ ଲକ୍ଷ ରେ ସେବା ସମବାୟ ସମିତି ଲକ୍ଷ ରହିଥିବା ସମବାୟ ସମିତିରେ ଚାଷୀ ମାନେ କିପରି ସହଜ ରେ କିଭିଡ ନିୟମ ଅନୁଯାୟୀ ମଣ୍ଡି କୁ ଆସି ଧାନ ବିକ୍ରି କରିପାରିବେ ସେ ସମ୍ପର୍କରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ସେବା ସମବାୟ ସମ୍ପାଦକ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.