ମୋଦିଙ୍କୁ ମମତାଙ୍କ ଚ୍ୟାଲେଞ୍ଜ୍

0 79

ଆଗ ୩୦ ସିଟ୍ ଜିତି ଦେଖାଅ

କୋଲକାତା,୨୯ ।୧୨ : ପଶ୍ଚିମବଙ୍ଗର ବୀରଭୂମିରେ ମଙ୍ଗଳବାର ଏକ ରାଲିକୁ ସମ୍ବୋଧିତ କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ । ବିଜେପିକୁ ଚ୍ୟାଲେଞ୍ଜ କରି ମମତା କହିଛନ୍ତି, ପଶ୍ଚିମବଙ୍ଗରେ ପ୍ରଥମେ ୩୦ଟି ସିଟ୍ ଜିତିକି ଦେଖାନ୍ତୁ ପରେ ୨୯୪ ସିଟ କଥା କହିବେ । ମମତା କହିଛନ୍ତି, ବିଜେପି ନେତା ପ୍ରତି ସପ୍ତାହରେ ଆସୁଛନ୍ତି, ପଞ୍ଚତାରକା ହୋଟେଲର ଖାଇବା ଖାଉଛନ୍ତି କିନ୍ତୁ ଆଦିବାସୀଙ୍କ ସହ ଖାଦ୍ୟ ଖାଉଥିବା ଦେଖାଉଛନ୍ତି । ମମତା ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବର୍ଷର ୩୬୫ ଦିନ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ସହିତ ରହୁଛୁ । କିନ୍ତୁ ବିଜେପି ପ୍ରତିଦିନ ଜାଲ ଭିଡିଓ ତିଆରି କରି ଲୋକଙ୍କୁ ଭ୍ରମିତ କରିବା ସହ ସମାଜକୁ ଭାଗ ଭାଗ କରିବା ପାଇଁ ପ୍ରୟାସ କରୁଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, “କେହି ଜଣେ ନୂଆ ରୂପ ଧାରଣ କରିଛନ୍ତି । କେତେବେଳେ ରବୀନ୍ଦ୍ର ନାଥ ଟାଗୋର ହେବାକୁ ଚେଷ୍ଟା କରୁଛନ୍ତି ତ କେତେବେଳେ ଗାନ୍ଧୀ ଜୀ ହେବାକୁ ଚେଷ୍ଟା କରୁଛନ୍ତି । ବିଜେପି ବାଲା କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଏବଂ ଅର୍ଥ ବଳ ବ୍ୟବହାର କରି ବେଙ୍ଗଲରେ ପଶିବାକୁ ଚାହୁଁଛନ୍ତି । ବିଜେପିକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି ମମତା କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ୩୦ଟି ଆସନରେ ଜିତିକି ଦେଖାଉ, ପରେ ୨୯୪ସିଟ୍ର ସ୍ୱପ୍ନ ଦେଖିବ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ବିଜେପିକୁ ଘେରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ଦିଲ୍ଲୀରେ ଚାଷୀମାନଙ୍କ ମଧ୍ୟରେ ଯେଉଁ ଆନ୍ଦୋଳନ ଜାରି ରହିଛି ତାହାକୁ କେନ୍ଦ୍ର ସରକାର ହୃଦବୋଧ କରିବା ଉଚିତ । ଏହା ସହ ତୁରନ୍ତ ନୂଆ କୃଷି ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.