ରୁଷ ପରେ ବେଲାରୁସରେ ସ୍ପୁଟନିକ-ଭି’ର ଟିକାକରଣ

0 72

ମସ୍କୋ, ୨୯ ।୧୨:ରୁଷ ପରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବେଲାରୁସ ନିଜ ଦେଶର ଲୋକଙ୍କୁ ସ୍ପୁଟନିକ-ଭି ଟିକା ଦେବା ଆରମ୍ଭ କରିଛି । ସ୍ପୁଟନିକ-ଭି’ ଟିକା ରୁଷ ପକ୍ଷରୁ ତିଆରି କରାଯାଇଛି । ଭାରତରେ ମଧ୍ୟ ଏହାର ପରୀକ୍ଷଣ ଚାଲିଛି । ହେଲେ ଏସବୁ ଭିତରେ ପ୍ରଥମେ ରୁଷ ଓ ବେଲାରୁସ୍ରେ ଲୋକଙ୍କୁ ଏହି ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆରଡିଆଇଏଫ କହିଛି ଯେ ବେଲାରୁସ ସ୍ପୁଟନିକ ଭି ଟିକାକୁ ଭଲ ଭାବେ ଯାଞ୍ଚ କରିଥିଲା । ଏହା ସୁରକ୍ଷିତ ବୋଲି ପ୍ରମାଣିତ ହେବା ପରେ ବେଲାରୁସ ସ୍ପୁଟନିକ-ଭିର ଟିକାକରଣ ପାଇଁ ଅନୁମୋଦନ ଦେଇଛି । ରୁଷ ମଧ୍ୟ ପ୍ରଥମ ଦଫାରେ ଟିକାର ଡୋଜ ଗୁଡ଼ିକ ବେଲାରୁସକୁ ପଠାଇ ଦେଇଛି । ବେଲାରୁସ ପ୍ରାୟ ୨୦୦,୦୦୦ ଲୋକଙ୍କୁ ପ୍ରଥମ ଦଫାରେ ସ୍ପୁଟନିକ-ଭି ଟିକା ଦେବାକୁ ଲକ୍ଷ୍ୟ ରଖିଛି । ଆରଡିଆଇଏଫ ହିଁ ରୁଷ ବାହାରେ ସ୍ପୁଟନିକ ଭିର ମାର୍କେଟିଂ କରୁଛି ।

Leave A Reply

Your email address will not be published.