ଜାନୁଆରୀରେ ମୋର ଶେଷ ଆନ୍ଦୋଳନ : ଆନ୍ନା

0 79

ନୂଆଦିଲ୍ଲୀ ୨୯ ।୧୨: ଦେଶରେ ଆଣ୍ଟି-ଗ୍ରାଫ୍ଟ କ୍ରୁସାଡର ଭାବେ ଜଣାଶୁଣା ସାମାଜିକ କର୍ମୀ ଆନ୍ନା ହଜାରେ ତାଙ୍କ ଶେଷ ଆନ୍ଦୋଳନ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି । ସେ ଏହି ଆନ୍ଦୋଳନ ଦେଶର ଚାଷୀଙ୍କ ଲାଗି କରିବେ ବୋଲି କହିଥିବା ବେଳେ ଦିଲ୍ଲୀଠାରେ ଜାନୁୟାରୀ ମାସରେ ଆରମ୍ଭ କରିବେ । ଏହି ମର୍ମରେ ସେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି । ଯେଉଁଥିରେ ଏମ.ଏସ୍.ସ୍ୱାମୀନାଥନ ଆୟୋଗ ସୁପାରିଶ ଲାଗୁ ସମେତ ତାଙ୍କ ଅନ୍ୟ ଦାବି ନେଇ ସରକାର ପଦକ୍ଷେପ ନେଇ ନଥିବାରୁ ସେ ପୁଣି ଅନଶନକୁ ଓହ୍ଲାଇବେ ବୋଲି ଉଲ୍ଲେଖ କରିଛନ୍ତି । ଆନ୍ନା କହିଛନ୍ତି ଯେ ଯଦି ସରକାର କେବଳ ସ୍ୱାମୀନାଥନ ଆୟୋଗଙ୍କ ସୁପାରିଶ ଲାଗୁ କରନ୍ତେ ତେବେ ଦେଶରେ ଚାଷୀ ଆତ୍ମହତ୍ୟା ଭଳି ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ । ସେହିପରି ଫଳ ଓ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଧାର୍ଯ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ଆନ୍ନା କେବେଠୁ ଆନ୍ଦୋଳନକୁ ଓହ୍ଲାଇବେ ସେ ନେଇ ତାରିଖ ସ୍ପଷ୍ଟ କରିନାହାନ୍ତି । ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ଚାଷୀମାନେ ଚଳିତମାସ ପ୍ରାରମ୍ଭରୁ ସରକାରଙ୍କ ମୂଲ୍ୟ ଆଶ୍ୱାସନ ଓ ଫାର୍ମ ସେବା ଅଧିନିୟମ-୨୦୨୦, କିଷାନ (ସଶକ୍ତିକରଣ ଓ ସଂରକ୍ଷଣ) ବୁଝାମଣା, କିଷାନ ବ୍ୟାପାର ଓ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସୁବିଧା) ଅଧିନିୟମ ଆଇନ ୨୦୨୦ ଏବଂ ଅତ୍ୟାବଶକୀୟ ସାମଗ୍ରୀ ଅଧିନିୟନ ଆଇନ ୨୦୨୦କୁ ବିରୋଧ କରି ଅହୋରାତ୍ର ଧାରଣା ଦେଇ ବସିଛନ୍ତି । ତେବେ ଆନ୍ନାଙ୍କ ଆନ୍ଦୋଳନ ସହ ଦିଲ୍ଲୀରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ସହ କୌଣସି ସମ୍ପର୍କ ନଥିବା ଜଣାପଡିଛି ।

Leave A Reply

Your email address will not be published.