ବାଙ୍କୀମୁଖ୍ୟ ଡାକ କାର୍ଯ୍ୟାଳୟରେ ବିଭିନ୍ନ ଯୋଜନାର ସମୀକ୍ଷା ବୈଠକ

0 77

ବାଙ୍କୀ:ଆଜି ବାଙ୍କୀ ଉପଖଣ୍ଡ ମୁଖ୍ୟ ଡାକ କାର୍ଯ୍ୟାଳୟ ଠାରେ କଟକ ଜିଲ୍ଲା ଡାକଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର ଙ୍କ ତତ୍ୱାବଧାନ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲା ଡାକ ଅଧ୍ୟକ୍ଷକ ଶ୍ରୀ କର ବାଙ୍କୀ ମୁଖ୍ୟ ଡାକ ଘର ଅଧିନସ୍ଥ ୧୨ଗୋଟି ଶାଖା ଡାକ ଘର ଓ ଡମପଡାଉପ ଡାକ ଘର ଅଧିନସ୍ଥ ୭ଗୋଟି ଶାଖା ଡାକ ଘର ପୋଷ୍ଟ ମାଷ୍ଟର ଙ୍କୁ ନେଇ ଡାକ ବିଭାଗ ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଡାକ ଘରକୁ ଟାରର୍ଗେ ଦିଆ ଯାଇଥିଲା ଯାହା ମାର୍ଚ୍ଚ ମାସ ଚଳିତ ଅର୍ଥକ ବର୍ଷ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନାଯାଇଥିଲା।ଡାକ ବିଭାଗ ର ଲାଭବାନ ଯୋଜନା ସୁକନ୍ୟା ଯୋଜନା, ଡାକ ଘର ସଞ୍ଚୟ ହାର ବୃଦ୍ଧି, ପିପିଏଫ,ଗ୍ରାମୀଣ ଡାକ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଆଇପିପିଡ଼ି,ଆଧାର ସଂଯୋଗିକରଣ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ସାଧାରଣ ଙ୍କୁ ଅସମ୍ପର୍କ ରେ ଅବଗତ କରେଇବା ସହ ସେମାନଙ୍କୁ ଏହି ଯୋଜନାର ଲାଭ ଉଠେଇବା କୁ ପରାମର୍ଶ ଦେବାକୁ ପୋଷ୍ଟ ମାଷ୍ଟର ମାନଙ୍କୁ ଶ୍ରୀ କର ବୁଝାଇଥିଲେ।ଅତି କମ ରେ ମାର୍ଚ୍ଚ ମାସ ମଧ୍ୟରେ ଗୋଟିଏ ସୁକନ୍ୟା ଗ୍ରାମ ଓ ଗୋଟିଏ ବୀମା ଗ୍ରାମ କେରିବା କୁ ପୋଷ୍ଟ ମାଷ୍ଟର ମନେ ପଣ କରିବା ସହ ଏହି ଟାର୍ଗେଟ କିପରି ହାସଲ କରିହେବ ସେ ସମ୍ପର୍କରେ କଟକ ଜିଲ୍ଲା ଡାକଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଟକ ଦକ୍ଷିଣ ମଣ୍ଡଳ ପର୍ଯ୍ୟବେକ୍ଷକ ଦିବ୍ୟସିଂହ ମିଶ୍ର,ବାଙ୍କୀ ଅଞ୍ଚଳ ଡାକ ନିରୀକ୍ଷକ ଅମୁଲ୍ୟ ରଞ୍ଜନ ରଥ,ବାଙ୍କୀ କାର୍ଯ୍ୟକାରୀ ଡାକ ପାଳ ଦୀପ୍ତି ରଞ୍ଜନ ସାହୁ, ଡମପଡା ଶାଖା ଡାକ ପାଳ ରଶ୍ମିତା ପ୍ରିୟଦର୍ଶୀନୀ ଅତିଥି ଭାବେ ଯୋଗ ଦେଇଥିଲେ।ଡାକ ସେବା କିପରି ଉନ୍ନତ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.