ସରକାରୀ ଅଫିସରେ ନୂଆବର୍ଷ କଟକଣା

0 81

ଭୁବନେଶ୍ୱର ୩୦।୧୨: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିଛି । ତଥାପି କରୋନାର ଭୟ  ରହିଛି । ସାରାବିଶ୍ୱରେ  କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଓ ପର ଦିନ କୌଣସି ସ୍ଥାନରେ ପାର୍ଟି ଆୟୋଜନ ଉପରେ କଟକଣା ଲଗାଇଛି ପ୍ରଶାସନ ।  ସେହିପରି ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ ପାର୍ଟି ଆୟୋଜନ ଉପରେ ରୋକ ଲଗାଇଛି । ସରକାରୀ ଅଫିସରେ ନୂଆବର୍ଷ କଟକଣା ଲଗାଯାଇଛି । ସାମାଜିକ ଦୂରତା ସହ ଭର୍ଚୁଆଲ୍ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ନିର୍ଦ୍ଦେଶ । ଷ୍ଟାପ୍‌ ପରସ୍ପରକୁ ଭେଟି ବା ଅଫିସରକୁ ଭେଟି ଅଭିନନ୍ଦନ ନଜଣାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ଜାନୁଆରି ମାସରୁ ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକରେ ପ୍ରାୟ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ତେବେ ଶନିବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.