ଗଜପତି ଜିଲ୍ଲାରୁ କମ ଦରରେ ଆନ୍ଧ୍ରକୁ ଚାଲାଣ ହେଉଛି ଧାନ

0 80

ପାରଳାଖେମୁଣ୍ଡି,୩୦ା୧୨: ଗଜପତି ଜିଲ୍ଲାରେ ଧାନ ମଣ୍ଡିରୁ ଚାଷୀର ଆବଶ୍ୟକତାକୁ ଦେଖି ଧାନ କିଣା ଯାଉନଥିବା ଚାଷୀମାନେ ଅଭିଯୋଗ କରି ଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏହାକୁ ଅସ୍ୱୀକାର କରିଛନ୍ତି । ଗଜପତି ଜିଲ୍ଲା କୃଷକ ସଙ୍ଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ଅଗ୍ରଣୀ ଚାଷୀ କୁନା ସାହୁ,ପ୍ରଶାନ୍ତ ପାତ୍ର,ତାରିଣୀ ନାୟକ,ଏଡ୍ଲା ରାମୁଲୁ,ହରେକୃଷ୍ଣ ଜେନା,ରାମକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି ଯେ ମଣ୍ଡିରେ ବିଭିନ୍ନ କାରଣ ଦର୍ଶାଇ ଧାନକିଣା ଯାଉନାହିଁ । ମିଲର ମାନେ ଧାନରେ ଆର୍ଦ୍ରତା ଥିବା ଦର୍ଶାଇ ଧାନମଣ୍ଡିରୁ ଧାନ କିଣୁନାହାଁନ୍ତି । ଗତବର୍ଷ ମିଲର ମାନେ ଆମଦ୍ୱାରା ବିକ୍ରି ହେଉଥିବା ଧାନରେ ଅଗାଡି,ପୋଲୁ ଆଦି ଦର୍ଶାଇ ୧୦ କିଲୋ ଲେଖା ଅଧିକ ଧାନ ଠକି ନେଉଥିଲେ । ବର୍ତ୍ତମାନ ଆର୍ଦ୍ରତା ଦର୍ଶାଇ ଏଭଳି ଭାବେ ୧୦ କିଲୋ ଅଧିକା ଠକି ନେବାକୁ ଅପଚେଷ୍ଟା ଚଳାଇଛନ୍ତି । ତେବେ କଦାପି ଅଧିକା ୧ କିଲୋ ଧାନ ସୁଦ୍ଧା ଆମେ ଦେବୁନାହୁଁ । ପ୍ରଶାସନ ଏହାର ତୁରନ୍ତ ପ୍ରତିକାର ନକଲେ ଆନ୍ଦୋଳନ କରିବାକୁ ବାଧ୍ୟହେବୁ ବୋଲି ଏମାନେ ପ୍ରକାଶ କରି କହିଛନ୍ତି । ଆମ ଗଜପତିର ମିଲରମାନଙ୍କ ଦଲାଲମାନେ ଆମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୮୦ କିଲୋ ଧାନ ବ୍ୟାଗକୁ ୧ ହଜାରରୁ ୧୧ ଶହ ମଧ୍ୟରେ କିଣି ଆନ୍ଧ୍ରକୁ ଚାଲାଣ କରୁଛନ୍ତି । ଏ ସମସ୍ତ ଅଭିଯୋଗକୁ ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ ଅସ୍ୱୀକାର କରିଛନ୍ତି । ୨୩ ତାରିଖ ଠାରୁ ଗଜପତି ଜିଲ୍ଲାରେ ଧାନ ମଣ୍ଡିରୁ ଧାନକିଣା ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ସେ କହିଛନ୍ତି,ଏହି ଜିଲ୍ଲାର ୨୩ଗୋଟି ମଣ୍ଡିରୁ ଗତକାଲି ସୁଦ୍ଧା ୩୬୧୪ କୁଇଣ୍ଟାଲ ଧାନ କିଣାଯାଇଛି । କୁଇଣ୍ଟାଲ ଧାନର ମୂଲ୍ୟ ସରକାରୀ ଭାବେ ୧୮୬୪ ଟଙ୍କା ରଖାଯାଇଛି । ଏହି ଦରରେ ଚାଷୀଙ୍କ ଠାରୁ ଧାନ କିଣାଯାଉଛି ।

Leave A Reply

Your email address will not be published.