ଅଳ୍ପକେ ବର୍ତ୍ତିଲେ ଆଝାରୁଦ୍ଦିନ୍

0 79

କୋଟା, ୩୦ ।୧୨: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ମହମ୍ମଦ ଆଝାରୁଦ୍ଦିନ୍ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ସମୟରେ ତାଙ୍କ କାର ଓଲଟି ପଡିଥିଲା । ହେଲେ ସୌଭାଗ୍ୟବଶତଃ ତାଙ୍କର କୌଣସି କ୍ଷତି ହୋଇନି । ରାଜସ୍ଥାନର ଲାଲସୋଟ-କୋଟା ହାଇୱରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ୫୭ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ପରିବାର ସହିତ ରଣଥମ୍ବୋରକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା ବୋଲି ତାଙ୍କ ବ୍ୟକ୍ତିଗତ ସହାୟକ ସୂଚନା ଦେଇଛନ୍ତି । ଆଝାରୁଦ୍ଦିନ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଆଉ ଏକ କାର ହୋଟେଲ୍ ନେଇଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.