କ୍ଷୀର ବିକାଳୀଙ୍କ ଝିଅ ହେଲେ ବିଚାରପତି

0 92

ଉଦୟପୁର, ୩୦ ।୧୨: କ୍ଷୀର ବିକାଳୀ ଝିଅ ହେଲେ ବିଚାରପତି । ରାଜସ୍ଥାନର ଉଦୟପୁରରେ ରହୁଥିବା ସୋନାଲି ଶର୍ମାଙ୍କ ପରିବାର ଲୋକେ କ୍ଷୀର ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ପାଠ ପଢ଼ା ବ୍ୟତୀତ ସୋନାଲି ପ୍ରତିଦିନ ଗାଈ ଗୋରୁ ସେବା ମଧ୍ୟ କରନ୍ତି । ଅଭାବ ଅନଟନ ଭିତରେ ବଢ଼ିଥିବା ସୋନାଲି ୨୦୧୮ ମସିହାରେ ରାଜସ୍ଥାନ ଜୁଡିସିଆଲି ସର୍ଭିସ୍ (ଆର୍ଜେସି) ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ସୋନାଲି ପ୍ରଥମଥରରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୬ ବର୍ଷ ବୟସ୍କା ସୋନାଲି ବିଏ, ଏଲଏଲବି ଏବଂ ଏଲଏଲଏମ୍ ଅଧ୍ୟନ କରିବା ପରେ ମାଜିଷ୍ଟ୍ରେଟ୍ ବା ବିଚାରପତି ପାଇଁ ପ୍ରସ୍ତୁତ କରିଥିଲେ । ଗୋଟିଏ ବର୍ଷ ପ୍ରଶିକ୍ଷଣ ପରେ ସୋନାଲି ଆର୍ଜେଏସ୍ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ଡିସେମ୍ବର ମାସରେ ଆର୍ଜେଏସ୍ ପରୀକ୍ଷାର ଫଳାଫଳ ବାହାରିଥିଲା । ପ୍ରଥମ ଥରରେ ସୋନାଲି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ରାଜସ୍ଥାନ ସେସନ୍ କୋର୍ଟରେ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି । ଝିଅର ଏଭଳି ସଫଳତା ଦେଖି ପରିବାର ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏପରି କି ସ୍ଥାନୀୟ ଲୋକେ ସୋନାଲିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.