ନୋରା ଫତେହିଙ୍କ ୨୦୨୦ର ଶେଷ ଡ୍ୟାନ୍ସ ଭିଡିଓ ଭାଇରାଲ୍

0 72

ମୁମ୍ବାଇ ୩୧।୧୨: ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ତାଙ୍କ ଡ୍ୟାନ୍ସିଂ ଷ୍ଟାଇଲ ଏବଂ ଷ୍ଟେପସକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ନିଜ ଡ୍ୟାନ୍ସ ଯୋଗୁଁ ସେ ନା କେବଳ ବଲିଉଡ୍ ଫିଲ୍ମରେ ବରଂ ସୋସିଆଲ ମିଡିଆରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ଡ୍ୟାନ୍ସ ଦିଓ୍ବାନୀ ନୋରା ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ନୋରା ୨୦୨୦ର ଶେଷ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦିଲବର ଗାର୍ଲ ଇଂଗ୍ରାଜୀ ଭିଟସରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ନୋରାଙ୍କ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।ନେରା ଏହି ଭିଡିଓରେ କୋରିଓଗ୍ରାଫର ରଜିତ ଦେବଙ୍କ ସହ ଜବରଦସ୍ତ ଆନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଡ୍ୟାନ୍ସ କରିବାବେଳେ ନୋରାଙ୍କ ଏନର୍ଜୀ ଏବଂ ତାଙ୍କ ଷ୍ଟେପସକୁ ଦର୍ଶକ ବେଶ୍ ପ୍ରଶଂସା କରୁଛନ୍ତି । ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସୋୟାର କରି ଲେଖିଛନ୍ତି, ୨୦୨୦ର ଶେଷ ଭିଡିଓ ଆଗାମୀ ବର୍ଷ ଆହୁରି ଆକର୍ଷଣୀୟ ହେବ, ଏଥିପାଇଁ ଅପେକ୍ଷା କରନ୍ତୁ । ଭିଡିଓରେ ନୋରା ଫତେହି ପ୍ରିଟେଣ୍ଡ ଟି-ସାର୍ଟ, ଡେନିମ୍ ସର୍ଟସ, ଫିଙ୍କ୍ କ୍ୟାପ୍ ରେ ନଜର ଆସିଛନ୍ତି । ଭିଡିଓରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ନୋରାଙ୍କ ଭିଡିଓରେ ଫ୍ୟାନ୍ସ ମଧ୍ୟ ଭଲ ଭଲ କମେଣ୍ଟ ଦେଉଛନ୍ତି ।  

Leave A Reply

Your email address will not be published.