ଗଜପତିରେ ପୁଣି ୧୮.୯୯ କୋଟିର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା

0 70

ପାରଳାଖେମୁଣ୍ଡି,୩୧ା୧୨: ଗଜପତି ଜିଲ୍ଲାରେ ପୁଣି ଗତକାଲି ବେଆଇନ ଭାବେ ଚାଷ କରାଯାଇଥିବା ୧୮.୯୯ କୋଟିି ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୮.୯୯କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ଏକ ସୂଚନାକୁ ଭିତ୍ତି କରି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି ମୋହନା ବ୍ଲକର ମଧୂରମ୍ବା ଓ କଳାମାରୀ ମୌଜା ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୯୪,୯୯ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ବଜାର ମୁଲ୍ୟ ୧୮.୯୯ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ମୋହନା ଥାନାରେ କେସ୍ ନଂ-୨୩୩/୨୦୨୦ ଏନଡିପିଏସ ଆକ୍ଟର ଧାରା ୨୦(କ)(ା)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.