ବିହନ ପିଣ୍ଡୁଳାରେ ନୂଆବର୍ଷକୁ ନିଆରା ସ୍ୱାଗତ

0 72

ଭୁବନେଶ୍ୱର : ପୁରୁଣା ବର୍ଷକୁ ମେଲାଣି । ନୂଆବର୍ଷକୁ ସ୍ୱାଗତ । ଫୁଲ, ବାଣ, କେକ୍ ଓ ଶୁଭେଚ୍ଛା ଦିଆନିଆ ଭିତରେ ନବବର୍ଷକୁ ନିଆରା ଢଙ୍ଗରେ ସ୍ମାର୍ଟନଗରୀ ଭୁବନେଶ୍ୱରର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ, ଫେଜ୍-୨ରେ ସ୍ୱାଗତ କରାଯାଇଛି । ଏଠାରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ମାଟି, ଗୋବରଖତ ଓ ବିହନକୁ ଏକାଠି କରି ପିଣ୍ଡୁଳା ଆକାରରେ ସଜାଇ ଇଂରାଜୀ ନୂଆବର୍ଷକୁ ସବୁଜିମାମୟ କରାଉ ଓ ବିଶ୍ୱବାସୀଙ୍କ ମୁଣ୍ଡ ଉପରୁ ଜଳବାୟୁର ହ୍ରାସ ପାଉ ଏବଂ ବିଶ୍ୱ କରୋନାରୁ ମୁକ୍ତ ହେଉ, ଏହି ବାର୍ତ୍ତା ଦେବାକୁ ଏଭଳି ଭବ୍ୟ ଆୟୋଜନ କରିଛନ୍ତି ।
ସୂଚନାଯୋଗ୍ୟ, ବିହନ ପେଣ୍ଡୁ ଅର୍ଥାତ୍ ସିଡ୍ସ୍ବଲ ମାଧ୍ୟମରେ ସ୍ୱଳ୍ପ ଖର୍ଚ୍ଚ ଓ ସହଜରେ ବନୀକରଣ ହେଉଥିବାରୁ ନୂଆବର୍ଷରୁ ଏହାକୁ ବ୍ୟାପକ କରାଯିବା ପାଇଁ ସୁଶାନ୍ତ ସଂକଳ୍ପ ନେଇଛନ୍ତି । ଏହା ସହ ନବ ରବି ର ନୂତନ କିରଣରେ ପଲ୍ଲବିତ ହେଉ ସାରା ବିଶ୍ୱ ଏହା ହିଁ ଶ୍ରୀ ସାହୁ କାମନା କରିଛନ୍ତି ।
ସୁଶାନ୍ତ କୁମାର ସାହୁ

Leave A Reply

Your email address will not be published.