ବିବାଦ ପରେ କ୍ଷମା ମାଗିଲା ‘ତାଣ୍ଡବ’ ଟିମ୍

0 69

ମୁମ୍ବାଇ, ୧୯ ।୧: ବିବାଦ ପରେ ଶେଷରେ କ୍ଷମା ମାଗିଛି ଆମାଜନ ପ୍ରାଇମରେ ରିଲିଜ୍ ହୋଇଥିବା ୱେବ ସିରିଜ୍ “ତାଣ୍ଡବ’ର ପୂରା ଟିମ୍ । ଏହି ୱେବ ସିରିଜ୍ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା । ଏପରି କି ଉତ୍ତର ପ୍ରଦେଶରେ ତାଣ୍ଡବର ପୂରା ଟିମ୍ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆମାଜନ ପ୍ରାଇମକୁ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଥିଲା । ଏସବୁ ଭିତରେ ତାଣ୍ଡବ ଫିଲ୍ମର ସମସ୍ତ ସଦସ୍ୟ ନିଃସର୍ତ୍ତ କ୍ଷମା ମାଗିଛନ୍ତି । ତାଣ୍ଡବର ପୂରା ଟିମ୍ ଗୋଟିଏ ପ୍ରେସ ବିବୃତି ଜାରି କରି କହିଛି ଯେ ଆମେ ବେଶ ତୀକ୍ଷ୍ଣ ଭାବେ ୱେବ ସିରିଜ୍ ତାଣ୍ଡବର ଦର୍ଶକଙ୍କ ପ୍ରତିକ୍ରିୟା ଉପରେ ନଜର ରଖିଥିଲୁ । ୱେବ ସିରିଜ୍ର କଣ୍ଟେଣ୍ଟରେ ଲୋକଙ୍କ ଭାବାବେଗକୁ ଆଘାତ ଲାଗିଥିବା ଅଭିଯୋଗ ଆମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜରିଆରେ ପ୍ରାପ୍ତ ହୋଇଛି । ଏହା ଏକ କାଳ୍ପନିକ କଥା ବସ୍ତୁ ଉପରେ ଆଧାରିତ ଥିଲା । କୌଣସି ବ୍ୟକ୍ତି, ଧର୍ମ, ଜାତି, ବର୍ଣ୍ଣ, ଧାର୍ମିକ ବିଶ୍ୱାସ, ରାଜନୀତିକ ଦଳ ଓ ସଂଗଠନକୁ ଆଘାତ ପହଞ୍ଚାଇବା ଏହାର ଅଭିନେତା କିମ୍ବା ଚଳଚ୍ଚିତ୍ରର କୌଣସି ସଦସ୍ୟଙ୍କ ଉଦ୍ଦେଶ୍ୟ ନୁହେଁ । ତଥାପି ଲୋକମାନେ ଉଠାଇଥିବା ଅଭିଯୋଗକୁ ତାଣ୍ଡବ ଟିମ୍ ଗ୍ରହଣ କରୁଛି ଓ ଅଜାଣତରେ ଯଦି କାହାର ଭାବାବେଗକୁ କ୍ଷତି ପହଞ୍ଚାଇଛି, ତା’ହେଲେ ସେମାନଙ୍କୁ ନିଃସର୍ତ୍ତ କ୍ଷମା ମାଗୁଛି ।

Leave A Reply

Your email address will not be published.