ସଡକ ଦୁର୍ଘଟଣାରେ ଜିରାଙ୍ଗ ରାସ୍ତାରେ ବାଇକ ଆରୋହୀ ମୃତ

0 79

ପାରଳାଖେମୁଣ୍ଡି,୩୦ା୦୧: ଗତକାଲି ରାତ୍ରରେ କିମ୍ବା ଆଜି ଭୋର ସକାଳ ସମୟରେ ଲାଞ୍ଜିପଦର ଛକ ଠାରୁ ଜିରାଙ୍ଗ ଜିବା ରାସ୍ତାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହା ସଡକ ଦୁର୍ଘଟଣା ଯୋଗୁଁ ନା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରୁଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ପଞ୍ଚାୟତର ଲାଞ୍ଜିପଦରରୁ ଜିରାଙ୍ଗ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକ ଜଣକ ଗାରାବନ୍ଧ ନିକଟସ୍ଥ ନୁଆଗାଁର ସତ୍ୟରଞ୍ଜନ ମହାନ୍ତି(୨୧) । ରାୟଗଡା ବ୍ଲକ ଏସ କରଡା ଗ୍ରାମରେ ସେ ତାଙ୍କ ସାଙ୍ଗକୁ ଦେଖା କରିବାକୁ ଯାଇ ଫେରିବା ସମୟରେ ଦୁର୍ଘଟଣା ଘଟିଛି । କେତେକ କହୁଛନ୍ତି ଯେ ଘନ କୁହୁଡି ଯୋଗୁଁ ସଡକ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ କେତେକ କହୁଛନ୍ତି,ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଇ ପାରେ । ରାୟଗଡା ପୋଲିସ ଆଇଆଇସି ଶ୍ରବଣ କୁମାର ମହାରଣା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଆଇଆଇସି କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.